fbpx

ଦିଲ୍ଲୀର ଜୋତା ଫ୍ୟାକ୍ଟିରେ ଭୀଷଣ ଅଗ୍ନିକାଣ୍ଡ, ନିଆଁ ଲିଭାଇବାରେ ୨୦ ଦମକଳ ଗାଡ଼ି ନିୟୋଜିତ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀର ମଙ୍ଗୋଲପୁର ଅଞ୍ଚଳରେ ଏକ ଜୋତା କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ଫଳରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି । ଘଟଣାସ୍ଥଳରେ ୨୦ଟି ଦମକଳ ଗାଡ଼ି ପହଞ୍ଚି ନିଆଁ ଲିଭାଇବାକୁ ପ୍ରୟାସ କରୁଛି । କିନ୍ତୁ ଘଟଣାରେ ବର୍ତ୍ତମାନ ସୁଦ୍ଧା କୌଣସି ମୃତାହତର ସୂଚନା ମିଳିନାହିଁ ।

ସୂଚନା ଅନୁସାରେ, ଜୋତା କାରଖାନାରେ ନିଆଁ ଲାଗିବା ଖବର ମିଳିବା ପରେ ଦମକଳ ବିଭାଗ ସହିତ ଦିଲ୍ଲୀ ପୋଲିସର ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଘଟଣାକୁ ନେଇ ଆଖପାଖ ଅଞ୍ଚଳରେ ଆତଙ୍କ ଖେଳିଯାଇଛି ।

ଏହା ପୂର୍ବରୁ ଆଜି ସକାଳେ ରାଜଧାନୀର କେଶ ପୁରମ ଶିଳ୍ପାଞ୍ଚଳରେ ଏକ ପଲିଥିନ୍ କାରଖାନାରେ ନିଆଁ ଲାଗିଥିଲା । ୪ ଘଣ୍ଟାର ଉଦ୍ୟମ ପରେ ଦମକଳ ବିଭାଗ ନିଆଁକୁ ଆୟତ୍ତ କରିଥିଲା ।

Get real time updates directly on you device, subscribe now.