fbpx

ଶେୟାର ବଜାରରେ ପଦାର୍ପଣ କଲା ଏଚପି ଆଧେସିଭ୍: ଆଇପିଓ ଲିଷ୍ଟିଙ୍ଗରେ ୧୬.୪୨ ପ୍ରତିଶତ ଲାଭ

ନୂଆଦିଲ୍ଲୀ: ଆଇପିଓ ପଦାର୍ପଣରେ ନିବେଶକଙ୍କୁ ମାଲେମାଲ କରିଛି ଏଚପି ଆଧେସିଭ୍ । ସୋମବାର ଏନଏସଇ ମାର୍କେଟ ଖୋଲିବା ସହିତ ଏହି କମ୍ପାନୀର ଲିଷ୍ଟିଂ ହୋଇଥିଲା । ବଜାର ଖୋଲିବା ସହିତ ଏହି ଶେୟାର ମୂଲ୍ୟ ୩୧୯ଟଙ୍କା ଛୁଇଁଥିଲା । ଆଇପିଓ ଜାରି କରାଯିବା ସମିୟର ମୂଲ୍ୟ ୨୭୪ ଟଙ୍କା ରହିଥିବା ବେଳେ ନିବେଶକଙ୍କୁ ବେଶ ଫାଇଦା ମିଳିଛି । ବିଏସଇରେ ଶେୟାର ପିଛା ୧୬.୪୨ ପ୍ରତିଶତ ବା ୪୫ ଟଙ୍କାର ଲାଭ ହୋଇଥିବା ବେଳେ ଏନଏସଇରେ ୪୧ ଟଙ୍କା ବା ୧୪.୯୬ ପ୍ରତିଶତରେ ଲାଭ ହୋଇଥିଲା ।

ଆଇପିଓରୁ କମ୍ପାନୀ ପ୍ରାୟ ୧୨୫.୯୬ କୋଟି ଟଙ୍କା ଆୟ କରିଥିଲା । ନିବେଶକଙ୍କ ପକ୍ଷରୁ ଏହି ଆଇପିଓକୁ ନେଇ ମିଶ୍ରିତ ପ୍ରତିକ୍ରିୟା ପ୍ରକାଶ ପାଇଥିବା ବେଳେ ଲିଷ୍ଟିଂରୁ ୨୧ ଗୁଣା ଓଭର ସବସ୍କ୍ରାଇବ ହୋଇଥିଲା । ଇନଷ୍ଟିଚ୍ୟୁସନାଲ ନିବେଶକଙ୍କୁ କୋଟାରୁ ଦୁଇ ଗୁଣ ଶେୟାର ମିଳିଥିବା ବେଳେ ନନ ଇନଷ୍ଟିଚ୍ୟୁସନାଲ ନିବେଶକଙ୍କୁ୧୯ ଗୁଣ ଅଧିକ ଶେୟାର ମିଳିଥିଲା । ରିଟେଲରେ ୮୧ଟି ସବସ୍କ୍ରିପସନ ଜାରି କରାଯାଇଥିଲା । ଭାରତର ୪ଟି ପ୍ରମୁଖ ସହର ଦିଲ୍ଲୀ, କୋଲକାତା, ବେଙ୍ଗାଲୁରୁ ଓ ଇନ୍ଦୋରରେ ଏଚପି ଆଧେସିଭର ବ୍ରାଞ୍ଚ ରହିଥିବା ବେଳେ ୭୫୦ ଡିଷ୍ଟ୍ରିବ୍ୟୁଟର ରହିଛନ୍ତି । ୨୧ଟି ଦେଶରେ ୫୦ ହଜାର ଡିଲର ଏହି କମ୍ପାନୀ ସହିତ ସାମିଲ ଅଛନ୍ତି ।

ହରେଶ ମୋଟୱାନୀଙ୍କ ସ୍ଥାପିତ ଏହି କମ୍ପାନୀ ପିଭିସି, ସିପିଭିସି ଏବଂ ୟୁ ପିଭିସି ସଲଭେଣ୍ଟ ସିମେଣ୍ଟ, ସିନ୍ଥେଟିକ୍ ରବର ଆଧେସିଭ୍ ପ୍ରଭୃତି ନିର୍ମାଣ କରେ । ଭାରତରୁ ଆରମ୍ଭ ହୋଇଥିବା ଏହି ବ୍ୟବସାୟ ବିଦେଶରେ ମଧ୍ୟ ଚମକ୍ରାର ପ୍ରଦର୍ଶନ କରୁଛି । ସୋମବାର ୧୧.୦୦ଟା ସୁଦ୍ଧା ସେନସେକ୍ସ ୩୫.୫୨ ପଏଣ୍ଟ ବା ୦.୦୬ ପ୍ରତିଶତ ତଳୁଆ ରହିବା ସହିତ ୫୭୦୮୮.୭୯ ପଏଣ୍ଟରେ ସ୍ଥିର ରହିଥିବା ବେଳେ ନିଫଟି ୧୯.୩୦ ବା ୦.୧୧ ପଏଣ୍ଟ ତଳକୁ ଖସି ୧୬୯୮୪.୫୦ ପଏଣ୍ଟରେ ସ୍ଥିର ଥିଲା । ଟେକ ମହିନ୍ଦ୍ରା, ସିପ୍ଲା ଓ ସନ୍ ଫାର୍ମା ବଢିଆ ପ୍ରଦର୍ଶନ କରିଥିବା ବେଳେ ଇଣ୍ଡସଇଣ୍ଡ ବ୍ୟାଙ୍କ ଓ ହିଣ୍ଡାଲକୋ ସବୁଠାରୁ ଅଧିକ କ୍ଷତି ସହିଛି ।

Get real time updates directly on you device, subscribe now.