ଭୁବନେଶ୍ୱର (ଓଡ଼ିଶା ଭାସ୍କର): କରୋନାର ନୂତନ ଭାରିଆଣ୍ଟ ଓମିକ୍ରନକୁ ନେଇ ସମସ୍ତେ ଚିନ୍ତାରେ । ରାଜ୍ୟ ସରକାରଙ୍କ ପକ୍ଷରୁ ସ୍କୁଲ କଲେଜ ବନ୍ଦ କରାଯାଇଥିବା ବେଳେ ବିଭିନ୍ନ ସଭା ସମିତି ଉପରେ ଲାଗୁ କରାଯାଇଛି କଟକଣା । ତେବେ ଏହା ସତ୍ତେ୍ୱ ବି କିଛି ରାଜନେତା ଏହି ନିୟମକୁ ଅଣଦେଖା କରିବାରେ ଲାଗୁଛନ୍ତି । କରୋନାର ଭୟାବହତାକୁ ଅଣଦେଖା କରି କାର୍ଯ୍ୟକ୍ରମ କରୁଥିବା ବେଳେ ନାଚଗୀତରେ କମ୍ପି ଉଠୁଛି ମଞ୍ଚ ।
ନୂଆ ବର୍ଷ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ସେଲିବ୍ରେସନ ଉପରେ କଟକଣା ଲାଗୁ କରାଯାଇଥିଲା । ତେବେ କଟକଣା କେବଳ ସାଧାରଣ ଲୋକଙ୍କ ପାଇଁ ଥିଲା ବୋଧହୁଏ । କବିସୂର୍ଯ୍ୟ ନଗର ବିଧାୟିକା ଲତିକା ପ୍ରଧାନ ଏହି ନିୟମର ଖୋଲାଖୋଲି ଉଲ୍ଲଂଘନ କରିଥିଲେ । ନୂଆବର୍ଷ ଅବସରରେ ବିଧାୟିକା ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ କରିଥିଲେ । ଏଥିରେ ଗୁଆ ଘିଅ ଗୀତରେ ନାଚ ହୋଇଥିବା ବେଳେ ସମସ୍ତ କୋଭିଡ ନିୟମର ଧଜିଆ ଉଡିଥିଲା । ଦେଖନ୍ତୁ ଭିଡିଓ…