ସିକ୍ୟୁରିଟି ଗାର୍ଡଙ୍କ ଦାଦାଗିରି! ଚିକିତ୍ସା ପାଇଁ ଆସିଥିବା ବ୍ୟକ୍ତିଙ୍କୁ ମାଡ଼ ମାରି କଲେ ରକ୍ତାକ୍ତ, ଦେଖନ୍ତୁ ଭିଡ଼ିଓ
ବାଲେଶ୍ୱର(ଓଡ଼ିଶା ଭାସ୍କର): ବାଲେଶ୍ୱରରେ ଦେଖିବାକୁ ମିଳିଛି ସିକ୍ୟୁରିଟି ଗାର୍ଡ଼ଙ୍କ ଦାଦାଗିରି । ଚିକିତ୍ସା କରିବାକୁ ଆସିଥିବା ଲୋକଙ୍କୁ ମାଡ଼ କରି ଲହୁଲୁହାଣ କରିଛନ୍ତି । ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟରେ ସିକ୍ୟୁରିଟି ଗାର୍ଡଙ୍କ ଏଭଳି ଦାଦାଗିରିକୁ ନେଇ ଏବେ ପ୍ରଶ୍ନ ଉଠୁଛି ।
ମିଳିଥିବା ସୂଚନା ମୁତାବକ, ଜଣେ ଦମ୍ପତ୍ତି ନିଜ ପୁଅର ଚିକିତ୍ସା କରିବାକୁ ମେଡିକାଲ ପହଞ୍ଚିଥିଲେ । ସେମାନେ ମେଡିକାଲର ପଛପଟରେ ଆସୁଥିବାରୁ ଘଟଣାସ୍ଥଳରେ ସିକ୍ୟୁରିଟିମାନଙ୍କ ଦାଦାଗିରି ଆରମ୍ଭ ହୋଇଥିଲା । ଶିଶୁଟିର ବାପାଙ୍କୁ ଗୋଟିଏ ରୁମକୁ ନେଇ ମାଡ଼ ମାରିଥିଲେ ଲହୁଲୁହାଣ କରିଥିଲେ । କେବଳ ଏତିକି ନୁହେଁ, ଛୋଟ ପିଲାଟିକୁ ମଧ୍ୟ ଘୋଷାରି ଥିବା ମହିଳା ଅଭିଯୋଗ କରିଛନ୍ତି । ଦେଖନ୍ତୁ ଭିଡ଼ିଓ…