fbpx

ବିଦ୍ୟୁତ୍ ବିଲ୍ ଅଧାରୁ ବି କମ୍ ଆସିବ! କରନ୍ତୁ ବାସ୍ ଏହି କାମ

ନୂଆ ଦିଲ୍ଲୀ: ମାସ ଶେଷର ବିଦ୍ୟୁତ୍ ବିଲ୍ ଦେଖି ସମସ୍ତେ ଚିନ୍ତାରେ ପଡନ୍ତି । ଏହାକୁ କମ୍ କରିବାକୁ ଲୋକମାନେ ବିଦ୍ୟୁତ ବ୍ୟବହାର ହ୍ରାସ କରିବାକୁ ଅନେକ ଚେଷ୍ଟା ମଧ୍ୟ କରିଥାନ୍ତି । ସମୟର ଅଭାବ ହେତୁ ଆମେ ଏପରି ଜିନିଷ ପ୍ରତି ଧ୍ୟାନ ଦେଉନାହୁଁ ଯାହା ବିଦ୍ୟୁତ୍ ବିଲକୁ ଅଧାରୁ କମ୍ କରିପାରେ । ତେବେ ଆସନ୍ତୁ ଜାଣିବା ବିଦ୍ୟୁତ ବିଲ୍ କମ୍ କରିବାର ସହଜ ଉପାୟ…

ଛୋଟ ପରିବର୍ତ୍ତନ ଯୋଗୁଁ ବଡ଼ ଲାଭ
ଶୀତ ୠତୁରେ ସାଧାରଣତଃ ବିଦ୍ୟୁତ୍ ବିଲ୍ ବୃଦ୍ଧି ପାଇଥାଏ । ବିଦ୍ୟୁତ ବିଲ୍ ବଢ଼ିବାର ଅର୍ଥ ହେଉଛି ଆପଣଙ୍କ ବଜେଟ୍ ବିଗିଢ଼ିଯାଏ । ଯଦି ଆପଣ ବିଦ୍ୟୁତର ଅଧିକ ବିଲ୍ ସମସ୍ୟାକୁ ନେଇ ଚିନ୍ତାରେ ଅଛନ୍ତି, ତେବେ ଆପଣଙ୍କୁ କେବଳ ଘରେ କିଛି ଡିଭାଇସ୍ ପରିବର୍ତ୍ତନ କରିବାକୁ ପଡିବ ।

ସାଧାରଣ ବଲବ ବିଦ୍ୟୁତ ବିଲ ବଢାଇଥାଏ
ଯଦି ଆପଣ ଏବେବି ପୁରୁଣା ବଲବ ବ୍ୟବହାର କରୁଛନ୍ତି, ତେବେ ସେଗୁଡିକକୁ ଅଲବିଦା କହିଦିଅନ୍ତୁ । ଏହି ବଲବଗୁଡ଼ିକ ବିଦ୍ୟୁତ୍ ବିଲ୍ ଶୀଘ୍ର ବଢାଇଥାଏ । ସେଗୁଡ଼ିକୁ ପରିବର୍ତ୍ତନ କରିବା ଦ୍ୱାରା ଆପଣଙ୍କ ବିଦ୍ୟୁତ ବିଲ୍ କମ୍ ଆସିବ । ପୁରୁଣା ବଲବ ପରିବର୍ତ୍ତେ ଘରେ ଏଲଇଡି ବଲବ ବ୍ୟବହାର କରିବା ଆରମ୍ଭ କରନ୍ତୁ । ବିଦ୍ୟୁତ୍ ଉପଯୋଗକୁ ହ୍ରାସ କରି ଏଲଇଡି ବଲବ ଆପଣଙ୍କୁ ଅଧିକ ବିଲରୁ ରକ୍ଷା କରିପାରିବ ।

ହିଟର ବ୍ୟବହାର କରିବାଠାରୁ ଦୂରେଇ ରୁହନ୍ତୁ
ଶୀତ ଦିନରେ ହିଟର ବ୍ୟବହାର କରିବା ଅତି ସାଧାରଣ କଥା । ଯଦି ଆପଣ ଅଧିକ କ୍ଷମତା ଥିବା ହିଟର ବ୍ୟବହାର କରୁଛନ୍ତି, ତେବେ ଏହାକୁ ତୁରନ୍ତ ହଟାଇ ଦିଅନ୍ତୁ । ଅଧିକ କ୍ଷମତା ଥିବା ହିଟର ବହତୁ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ଓ ଏହାର ସିଧା ପ୍ରଭାବ ବିଲ୍ ରେ ଦେଖିବାକୁ ମିଳେ । ହିଟର ବଦଳରେ ଏକ ବ୍ଲୋୟର ବ୍ୟବହାର କରିବା ଉଚିତ୍ । ବ୍ଲୋଅର୍ ସୁରକ୍ଷିତ ହେବା ସହିତ କମ୍ ଶକ୍ତି ଖର୍ଚ୍ଚ କରିଥାଏ ।

ପୁରୁଣା ଫ୍ୟାଶନ୍ ଗିଜର
ଅନେକ ଘରେ ପାଣି ଗରମ କରିବାକୁ ରଡ୍ କିମ୍ବା ପୁରୁଣା ଗିଜର ବ୍ୟବହାର କରନ୍ତି । ଏହା ବହୁତ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ । ସେଥିପାଇଁ ପୁରୁଣା ଗିଜର ବଦଳରେ ଏକ ଉନ୍ନତ ଗିଜର ଘରକୁ ଆଣନ୍ତୁ । ଯଦି ଆପଣଙ୍କର ନୂତନ ଗିଜରର ୫ ଷ୍ଟାର ରେଟିଂ ଅଛି ତେବେ ଏହା ଭଲ ହେବ । ୫ ଷ୍ଟାର ରେଟିଂ ଥିବା ଗିଜରଗୁଡିକ କମ୍ ବିଦ୍ୟୁତ୍ ଖର୍ଚ୍ଚ କରନ୍ତି ଯାହା ଦ୍ୱାରା ଆପଣ ଆପଣଙ୍କର ବିଦ୍ୟୁତ୍ ବିଲ୍ ହ୍ରାସ ହୋଇପାରିବ ।

Get real time updates directly on you device, subscribe now.