fbpx

ଫ୍ରାନ୍ସରୁ ମିଳିଲା କରୋନାର ଆଉ ଏକ ନୁତନ ଭାରିଆଣ୍ଟ୍ ବି.୧.୬୪୦.୨, ଦେଖାଗଲାଣି ୪୬ ମ୍ୟୁଟେସନ୍

ନୂଆଦିଲ୍ଲୀ: କରୋନା ଓ ଓମିକ୍ରନ୍ ବିପଦ ମଧ୍ୟରେ ଫ୍ରାନ୍ସରୁ ଆଉ ଏକ ଭାରିଆଣ୍ଟ୍ ଚିହ୍ନଟ ହୋଇଛି । ଏହି ନୂତନ ଭାରିଆଣ୍ଟ ଦ୍ୱାରା ଦକ୍ଷିଣ ଫ୍ରାନ୍ସରେ ୧୨ ଜଣ ଲୋକ ସଂକ୍ରମିତ ହୋଇଥିବା ଖବର ସାମନାକୁ ଆସିଛି । ବିଶେଷଜ୍ଞ ମାନେ ଏହାକୁ ବି.୧.୬୪୦.୨, ରୁପେ ଚିହ୍ନଟ କରିଛନ୍ତି । ସେମାନଙ୍କ କହିବାନୁସାରେ, ଏହି ଭାରିଆଣ୍ଟରେ ଏଯାବତ୍ ୪୬ ମ୍ୟୁଟେସନ୍ ଦେଖିବାକୁ ମିଳିଛି । ହେଲେ ଏହି ନୂତନ ଭାରିଆଣ୍ଟ କେତେ ପରିମାଣରେ ସଂକ୍ରାମକ ଓ ପ୍ରଭାବୀ , ସେ ସମ୍ପର୍କରେ କୌଣସି ରିପୋର୍ଟ ପ୍ରକାଶ ପାଇନାହିଁ ।

ରିପୋର୍ଟ ଅନୁସାରେ, ଯେଉଁ ମାନଙ୍କ ଠାରେ ଏହି ସ୍ୱରୂପକୁ ଦେଖିବାକୁ ମିଳିଛି ସେମାନେ କେମରୁନ୍ ରୁ ଫେରିଥିଲେ । ତେଣୁ ଏହାର ସଂକ୍ରମଣ ଦକ୍ଷିଣ ଫ୍ରାନ୍ସରେ ବ୍ୟାପିପାରେ ବୋଲି କୁହାଯାଉଛି । ବିଶେଷଜ୍ଞଙ୍କ କହିବା କଥା ଯେ, ଲଗାତର ଭାବରେ ଏକାଧିକ ଭାରିଆଣ୍ଟ୍ ସାମନାକୁ ଆସୁଛି । ଏସବୁ କେତେ ପ୍ରଭାବୀ ତାହା ଦୁଇ ପ୍ରକାରରେ ଜଣାପଡ଼ିବ । ଗୋଟିଏ ହେଉଛି ମୃତ୍ୟୁ ସଂଖ୍ୟା ଓ ସଂକ୍ରମଣ ସଂଖ୍ୟା । ଏହି କ୍ରମରେ ଫ୍ରାନ୍ସରୁ ଚିହ୍ନଟ ହୋଇଥିବା ଏହି ଭାରିଆଣ୍ଟ କେତେ ମାରାତ୍ମକ ତାହା ପରବର୍ତ୍ତୀ ରିପୋର୍ଟ ରୁ ହିଁ ଜଣାପଡ଼ିବ ।

Get real time updates directly on you device, subscribe now.