fbpx

ଆଜି ଜିଲ୍ଲା କୋର୍ଟରେ ତପସ୍ୱିନୀ-ସୁମିତଙ୍କ ଶୁଣାଣି, ନ୍ୟାୟ ପାଇବାକୁ ଉଭୟପକ୍ଷ ଆଶାବାଦୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବ୍ରହ୍ମପୁରର ବହୁଚର୍ଚ୍ଚିତ ଦମ୍ପତି ତପସ୍ୱିନୀ ଦାଶ ଓ ଡାକ୍ତର ସୁମିତ ସାହୁଙ୍କ ବିବାଦ ଆଜି ବି ଥମି ନାହିଁ । ଗୋଟିଏ ପଟେ ତପସ୍ୱିନୀ ଧାରଣା ଜାରି ରଖିଥିବା ବେଳେ ଅସୁସ୍ଥ ଥିବାରୁ ସୁମିତ ଛୁଟିରେ ରହିଛନ୍ତି । ସେହିପରି ଦିନକୁ ଦିନ କୋର୍ଟଙ୍କ ଶୁଣାଣି ତାରିଖ ମଧ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି । ତେବେ ଆଜି ଏସଡିଜେଏମଙ୍କ କୋର୍ଟରେ ହେବାକୁ ଥିବା ଉଭୟ ପକ୍ଷଙ୍କ ଶୁଣାଣି ଆସନ୍ତା ୧୦ ତାରିଖକୁ ଘୁଞ୍ଚାଇ ଦିଆଯାଇଛି । ଉଭୟ ତପସ୍ୱିନୀ ଓ ସୁମିତ ଜିଲ୍ଲା ଜଜ କୋର୍ଟରେ ଦାୟର କରିଥିବା ମାମଲାର ଶୁଣାଣି ଆଜି ପ୍ରକାଶ ପାଇବ । ଏସଡିଜେଏମଙ୍କ ରାୟକୁ ଚ୍ୟାଲେଞ୍ଜକରି ଉଭୟ ପକ୍ଷଙ୍କ ଓକିଲ ଗଞ୍ଜାମ ଜିଲ୍ଲା ଜଜ୍ କୋର୍ଟରେ ଅପିଲ କରିଥିଲେ । ଗତ ୨୭ ତାରିଖରେ ଉଭୟ ପକ୍ଷଙ୍କ ଓକିଲ କୋର୍ଟରେ ଏନେଇ ଯୁକ୍ତି ରଖିବା ପରେ କୋର୍ଟ ଜାନୁଆରୀ ୪କୁ ଦିନ ଧାର୍ଯ୍ୟ କରିଥିଲେ ।

ସୂଚନାଯୋଗ୍ୟ ଯେ, ଏହି ମାମଲାକୁ ନେଇ କେବଳ ରାଜ୍ୟ ନୁହେଁ ଦେଶ ଓ ବିଦେଶରେ ମଧ୍ୟ ଅନେକ ଚର୍ଚ୍ଚା ହେଉଛି । ଅନେକ ବ୍ୟକ୍ତି ଭିଡିଓ ବାର୍ତ୍ତା ମାଧ୍ୟମରେ ସୁମିତ ଓ ତପସ୍ୱିନୀଙ୍କୁ ଅନେକ ପରାମର୍ଶ ଦେଇଛନ୍ତି । ଦୀର୍ଘଦିନ ଧରି ଧାରଣାରେ ବସିବା ପରେ ବି ନ୍ୟାୟ ପାଇ ନାହାନ୍ତି ତପସ୍ୱିନୀ । ଅନ୍ୟପଟେ ସୁମିତ ଅସୁସ୍ଥ ଥିବାରୁ ବାରମ୍ବାର ମେଡିକାଲରୁ ଛୁଟି ଆବେଦନ କରିଚାଲିଛନ୍ତି । ତପସ୍ୱିନୀ ତାଙ୍କ ପରିବାରକୁ ଅଯଥାରେ ବଦନାମ କରିବାକୁ ଚେଷ୍ଟା କରୁଥିବା ସୁମିତ ଅଭିଯୋଗ ଆଣିଛନ୍ତି । ଏହି ମାମଲାକୁ ନେଇ ସୋସିଆଲ ମିଡ଼ିଆରେ କିଛି ତପସ୍ୱିନୀଙ୍କୁ ଓ ଆଉ କିଛି ସୁମିତଙ୍କ ସପକ୍ଷରେ ଯୁକ୍ତି ବାଢ଼ୁଥିବା ଦେଖାଯାଇଛି ।

Get real time updates directly on you device, subscribe now.