fbpx

ରେଳଯାତ୍ରୀଙ୍କ ପାଇଁ ଖୁସି ଖବର, ଏବେ ପୋଷ୍ଟ ଅଫିସରେ କରିପାରିବେ ଟ୍ରେନ ଟିକେଟ୍ ବୁକିଂ

ନୂଆଦିଲ୍ଲୀ: ରେଳଯାତ୍ରୀଙ୍କ ପାଇଁ ଖୁସି ଖବର କାରଣ ଆଇଆରସିଟିସି ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛି । ଏହି ଯୋଜନା ଅନୁସାରେ ଏବେ ଆପଣ ନିକଟସ୍ଥ ପୋଷ୍ଟ ଅଫସରୁ ରେଳ ଟିକେଟ ବୁକ କରିପାରିବେ । ଏହି ସୁବିଧା ଦ୍ୱାରା ରେଳ ଷ୍ଟେସନ କାଉଣ୍ଟରରେ ଭିଡ଼ ହେବନାହିଁ ।

ସୂଚନା ଅନୁଯାୟୀ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ୬ ଜାନୁଆରୀରେ ଉତ୍ତରପ୍ରଦେଶର ୯୧୪୭ ପୋଷ୍ଟ ଅଫସରୁ ରେଲୱେ ରିଜର୍ଭେସନ ଟିକେଟ ଜାରି କରିବେ । ୬ ଜାନୁଆରୀଠାରୁ ହିଁ ସବୁ ରାଜ୍ୟର ସବୁ ବ୍ରାଞ୍ଚ ପୋଷ୍ଟ ଅଫିସ ପର୍ଯ୍ୟନ୍ତ ଜିଡିଏସ ଯାତ୍ରୀଙ୍କ ପାଇଁ ଟ୍ରେନ ଟିକେଟ କରିପାରିବେ ।

Get real time updates directly on you device, subscribe now.