fbpx

(ଭିଡ଼ିଓ)ସନ୍ଧ୍ୟାରେ ଘରକୁ ଯିବେ ତପସ୍ୱିନୀ, ଦେଖନ୍ତୁ କ’ଣ ଦେଲେ ପ୍ରତିକ୍ରିୟା

ବ୍ରହ୍ମପୁର(ଓଡ଼ିଶା ଭାସ୍କର): ଡାକ୍ତର ସୁମିତ ଓ ତପସ୍ୱିନୀଙ୍କ ମାମଲାରେ କୋର୍ଟଙ୍କ ରାୟ ପରେ କିଛିଟା ସୁଧାର ଆସିଛି । ସୁମିତ ଏବେବି ନିଖୋଜ ଥିବା ବେଳେ ତପସ୍ୱିନୀଙ୍କୁ ଶାଶୁ ଘରର ଉପର ରୁମରେ ରହିବାକୁ ସ୍ଥାନ ମିଳିଛି । ଶ୍ୱଶୁର ଘରର ଉପର ମହଲାକୁ ଯିବା ପାଇଁ ରାଜି ହୋଇଛନ୍ତି ତପସ୍ୱିନୀ । ଘର ସଫେଇ ପରେ ଆଜି ସନ୍ଧ୍ୟା ସୁଦ୍ଧା ସେ ଉପର ଘରେ ରହିବେ ବୋଲି କହିଛନ୍ତି । ତେବେ ପୂର୍ବରୁ ତଳ ଘର ବେଡ ରୁମରେ ରହିବାକୁ ଜିଦ୍ ଧରିଥିଲେ ତପସ୍ୱିନୀ ।

ଏହା ସହ ତପସ୍ୱିନୀ କହିଛନ୍ତି ଯେ, ‘ବାରଣ୍ଡାରେ ବସିଥିବା ବେଳେ ମୋ ଉପରେ ୩ଟି କେସ ଲଗାଇଥିଲେ । ଏବେ ମୁଁ ଘର ଭିତରେ ରହିଲେ ବି ମୋ ବିରୋଧରେ ଫେକ୍ ମାମଲା ଆଣିପାରନ୍ତି । ଏହା ମୋ ଭବିଷ୍ୟତ ପାଇଁ ଖରାପ ହେବ । ମୋତେ ଜଣେ ଡାକ୍ତରର ସ୍ତ୍ରୀ ଭାବେ ରଖାଯାଉ ବୋଲି ଆଶା କରୁଛି ।’

Get real time updates directly on you device, subscribe now.