fbpx

୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ(ଭିଡ଼ିଓ)

ଭୁବନେଶ୍ୱର(ଓଡ଼ିଶା ଭାସ୍କର) : କରୋନା ସଂକ୍ରମଣ ସହିତ ଓମିକାନ୍ର ଭାରିଆଣ୍ଟ ବୃଦ୍ଧି ହେବାରେ ଲାଗିଛି । ଏହାର ମୁକାବିଲା ପାଇଁ ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଇଛି । ଆସନ୍ତା ୧୦ରୁ ବୟସ୍କ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ବୁଷ୍ଟର ଡୋଜ୍ ଦିଆଯିବ । ଏନେଇ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ, ‘କେନ୍ଦ୍ର ନିଷ୍ପତ୍ତି ଅନୁସାରେ ଯିଏ ଯେଉଁ ଟିକା ନେଇଛନ୍ତି, ତାଙ୍କୁ ସେହି ଟିକା ଦିଆଯିବ । ଓମିକ୍ରନ ଚିହ୍ନଟ ପାଇଁ ନୂଆ କିଟ ଆଇସିଏମଆର ଅନୁମୋଦନ ଦେଇଛି । ଏହି କିଟ୍ ଆଣିବାକୁ ରାଜ୍ୟ ସରକାର କାର୍ଯ୍ୟପନ୍ଥା ଆରମ୍ଭ କରିଛନ୍ତି । ରାଜ୍ୟରେ ସଂକ୍ରମଣ ଆଗକୁ ଆହୁରି ବଢ଼ିବ । ବର୍ତ୍ତମାନ ସିଭିୟରିଟି ନାହିଁ, ଆଇସିୟୁ ଲୋଡ କମ୍ ଅଛି । ଯଦି ବଢ଼ିବ, ତେବେ ସରକାରଙ୍କ ପକ୍ଷରୁ ସବୁ ବ୍ୟବସ୍ଥା କରାଯାଇଛି । ୪ ଜିଲ୍ଲାରେ ସଂକ୍ରମଣ ଅଧିକ ରହୁଛି । ଖୋର୍ଦ୍ଧା , ସୁନ୍ଦରଗଡ , ସମ୍ବଲପୁର ଓ ବାଲେଶ୍ୱରରେ ସଂକ୍ରମଣ ଅଧିକ ରହିଛି । ଲୋକମାନେ ମାସ୍କ ପିନ୍ଧନ୍ତୁ , ସାମାଜିକ ଦୂରତା ରଖନ୍ତୁ , କୌଣସି ସ୍ଥାନରେ ଭିଡ କରନ୍ତୁ ନାହିଁ ବୋଲି କହିଛନ୍ତି । ଆଗାମୀ ୧୦ ତାରିଖରୁ ବୟସ୍କ ଓ ସ୍ୱାସ୍ଥ୍ୟ କର୍ମୀଙ୍କ ଲାଗି ବୁଷ୍ଟର ଡୋଜ ଆରମ୍ଭ ହେବ ।’

Get real time updates directly on you device, subscribe now.