fbpx

ଭାବନା ଓ ସ୍ୱପ୍ନ ବିନା ବିବାହ କେବଳ ଏକ ଆଇନଗତ ଦସ୍ତାବିଜ: ଜାଣନ୍ତୁ କାହିଁକି ଏମିତି କହିଲେ କୋର୍ଟ

ନୂଆଦିଲ୍ଲୀ: ଏକ ବିବାହ ବିଚ୍ଛେଦ ମାମଲାର ବିଚାର କରୁଥିବା ବେଳେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ବିବାହକୁ ଆମ ଦେଶରେ ଏକ ପବିତ୍ର ଅନୁଷ୍ଠାନ ଭାବରେ ଗ୍ରହଣ କରାଯାଏ ମାତ୍ର ଯଦି ବିବାହରେ ଶାରୀରିକ ଏବଂ ମାନସିକ ଭାବରେ ଜଣେ ଆଉ ଜଣଙ୍କ ପାଇଁ ଉପସ୍ଥିତ ନଥାନ୍ତି ତାହେଲେ ଏହା ବିବାହ ନୁହେଁ ବରଂ ଏକ ନ୍ୟାୟିକ ଦସ୍ତାବିଜ ବୋଲି କୋର୍ଟ କହିଛନ୍ତି । କେବଳ ଭାବନା ନୁହେଁ, ଖୁସି, ଦୁଃଖ, ସ୍ମୃତି ହେଉଛି ବିବାହର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ଏସବୁର ଅନୁପସ୍ଥିତିକୁ ବିବାହ ନୁହେଁ ବରଂ ନ୍ୟାୟିକ ବୁଝାମଣା ବୋଲି କୁହାଯିବ । ତେବେ କାମ ପାଇଁ ପରସ୍ପର ଠାରୁ ଅଲଗା ରହୁଥିବା ସମସ୍ତ ପତି-ପତ୍ନୀଙ୍କ ସମ୍ପର୍କ ଖରାପ ନୁହେଁ ବୋଲି ଖଣ୍ଡପୀଠ ପ୍ରକାଶ କରିଛନ୍ତି । ଡିସେମ୍ବର ୩ ତାରିଖରେ ଏକ ଛାଡପତ୍ର ମାମଲାର ବିଚାର କରୁଥିବା ବେଳେ ଜଷ୍ଟିସ ବିପିନ ସାଙ୍ଘି ଓ ଜସମିତ ସିଂଙ୍କ ଖଣ୍ଡପୀଠ ଏହି ରାୟ ଘୋଷଣା କରିଛନ୍ତି ।

ବିବାହ ନାମକ ଯେଉଁ ପରମ୍ପରା ରହିଛି ଏହା ଦୁଇଟି ଆତ୍ମାକୁ ଏକ କରିଥାଏ । ଜୀବନର ଯାତ୍ରାରେ ପରସ୍ପରର ସାଥ ଦେବା ପାଇଁ ଏହି ବନ୍ଧନର ସୃଷ୍ଟି । ଏହି ଯାତ୍ରାରେ ଉଭୟ ନିଜର ଅନୁଭବ, ହସ, ଖୁସି, ଦୁଃଖ, ସଫଳତା, ବିଫଳତା ଏବଂ ସଂଘର୍ଷ ପରସ୍ପର ସହିତ ଶେୟାର କରିଥାନ୍ତି । ଏହା ସହିତ ଏକ ସାମାଜିକ ପରିଚୟ ମଧ୍ୟ ସୃଷ୍ଟି କରିଥାନ୍ତି ଏବଂ ଭବିଷ୍ୟତର ଯୋଜନା ପ୍ରସ୍ତୁତ କରିଥାନ୍ତି । ତେବେ ଏସବୁର ଅନୁପସ୍ଥିତିରେ ବିବାହକୁ କେବଳ ଏକ ନ୍ୟାୟିକ ବୁଝାମଣା କୁହାଯିବ ବୋଲି ରାୟରେ କହିଛନ୍ତି ଖଣ୍ଡପୀଠ ।

ବିଚାର କରାଯାଉଥିବା ମାମଲାରେ ଉଭୟ ପତି ପତ୍ନୀ ୧୧ ବର୍ଷ ଧରି ବିବାହିତ । ସ୍ୱାମୀ କାନାଡାରେ ରହୁଥିବା ବେଳେ ସ୍ତ୍ରୀ ଏକ ଏମଏନସିରେ କାମ କରନ୍ତି । ତେବେ ୧୧ ବର୍ଷ ମଧ୍ୟରେ ସ୍ୱାମୀ ଜଣଙ୍କ ନିଜ ସ୍ତ୍ରୀକୁ ବିଦେଶୀ ପତ୍ନୀ ଭାବରେ ବ୍ୟବହାର କରୁଥିଲେ । କିଛି ବର୍ଷର ଅନ୍ତରାଳରେ ସ୍ୱାମୀ ଅସୁଥିଲେ ଏବଂ କିଛି ସମୟ ବିତାଇ ଫେରି ଯାଉଥିଲେ । ଏଥିରେ ଅତିଷ୍ଠ ହୋଇ ପତ୍ନୀ ଡିଭୋର୍ସ ପାଇଁ ଆବେଦନ କରିଥିଲେ । ତେବେ ପୂର୍ବରୁ ପାରିବାରିକ କୋର୍ଟରେ ମହିଳାଙ୍କ ଆବେଦନ ଖାରଜ ହୋଇ ଯାଇଥିଲା । ଏହି ଦମ୍ପତ୍ତି ୨୦୧୦ରେ ଉତ୍ତରପ୍ରଦେଶର ବାଘପତର ଏକ ଆର୍ଯ୍ୟ ସମାଜରେ ବିବାହ କରିଥିଲେ ।

Get real time updates directly on you device, subscribe now.