fbpx

୩୦୦ ଫୁଟ୍ ଉଚ୍ଚ ଘାଟୀରେ ଝୁଲି ରହିଲା ଟ୍ରକ୍ ଡ୍ରାଇଭର: ଏମିତି ହେଲା ଉଦ୍ଧାର

ନୂଆଦିଲ୍ଲୀ: ସଡ଼କ ଦୁର୍ଘଟଣାରେ ପ୍ରତି ବର୍ଷ ବିଶ୍ୱରେ ଅନେକ ଲୋକ ପ୍ରାଣ ହରାଇଥାନ୍ତି । ହୁଏତ କିଛି ଭାଗ୍ୟବାନ ଲୋକ ଥାଆନ୍ତି ଯେଉଁମାନେ ଅଳ୍ପକେ ବଞ୍ଚିଯାଇଥିବେ । କିଛି ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଚୀନର ଜଣେ ଡ୍ରାଇଭରଙ୍କ କ୍ଷେତ୍ରରେ । ଡ୍ରାଇଭର ଜଣକ ୩ ଦିନ ଧରି ୩୩୦ ଫୁଟ ଉପରେ ମୃତ୍ୟୁ ମୁହଁରେ ଝୁଲି ରହିଥିଲେ ।

ଉତ୍ତର ଚୀନର ଏହି ଘଟଣା ଦେଖିବାକୁ ମିଳିଛି ଯେଉଁଠାରେ ଜଣେ ଟ୍ରକ ଡାଇଭର ୩୩୦ ଫୁଟ ଉପରେ ନିଜ ଟ୍ରକ ନେଇ ଯାଉଥିଲେ । ପ୍ରବଳ ବରଫ କାରଣରୁ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଖସିଆସିଥିଲା । ଆଉ ଏଭଳି ଭାବରେ ଅଟକିଯାଇଥଲା ଯାହାକୁ ଦେଖିଲେ ଶିହରୀ ଉଠିବ ଦେହ । ଟ୍ରକଟି ଅଧା ରାସ୍ତରେ ଏବଂ ଖାଇ ତଳକୁ ହୋଇ ରହିଥିଲା । ଆଉ ଏହି ଅବସ୍ଥାରେ ଘାଟୀରେ ୩ ଦିନ ପର୍ଯ୍ୟନ୍ତ ଝୁଲି ରହିଥିଲେ ଡ୍ରାଇଭର ଜଣକ ।

ତେବେ ସେଠାକାର ସ୍ଥାନୀୟ ଟୁର ଗାଇଡ ଏହି ଘଟଣାକୁ ନିଜ ମୋବାଇଲରେ ରେକର୍ଡ କରିଥିଲେ ଏବଂ ସୋସିଆଲ ମିଡିଆର ଛାଡ଼ିଥିଲେ । ଯାହାକୁ ଦେଖି ଭୟଭୀତ ହୋଇଥିଲେ ଲୋକେ । ସେପଟେ ମାମଲା ଜଣାପଡ଼ିବା ପରେ ଉଦ୍ଧାରକାରୀ ଦଳ ସେଠାରେ ପହଞ୍ଚିଥିଲେ ଏବଂ ଅନେକ ପରିଶ୍ରମ ପରେ ତାଙ୍କୁ ଉଦ୍ଧାର କରିଥିଲେ । ଘଟଣା ୧ ଜାନୁଆରୀ କୁହାଯାଉଥିବାବେଳେ ଉକ୍ତ ଡ୍ରାଇଭର ଜଣକ ୩ଦିନ ଧରି ସେହି ଅବସ୍ଥାରେ ଝୁଲି ରହିଥିଲେ । ଜାନୁଆରୀ ୪ ତାରିଖରେ ତାଙ୍କୁ ଉଦ୍ଧାର କରାଯାଇଥିଲା ।

Get real time updates directly on you device, subscribe now.