fbpx

ଭ୍ୟାକ୍ସିନ ସାର୍ଟିଫିକେଟ୍ରୁ ହଟିବ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫଟୋ

ନୂଆଦିଲ୍ଲୀ : ପାଞ୍ଚ ରାଜ୍ୟରେ ଫେବୃଆରୀରୁ ମାର୍ଚ୍ଚ ମଧ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ନିର୍ବାଚନ ଆଚରଣ ବିଧି ଲାଗୁ ହୋଇ ଯାଇଛି। ଏହି କାରଣରୁ ଉତ୍ତର ପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାବ, ଗୋଆ ଏବଂ ମଣିପୁରରେ ଜାରି ହେଉଥିବା ଭ୍ୟାକ୍ସିନ ସାର୍ଟିଫିକେଟ୍ ଉପରୁ ଏବେ ପ୍ରଧାନମନ୍ତ୍ରୀଙ୍କ ପଟୋ ରହିବ ନାହିଁ।

ପିଟିଆଇ ଅନୁଯାୟୀ, ନିର୍ବାଚନ ଆଚରଣ ବିଧି ପାଳନ କରିବା ପାଇଁ କେନ୍ଦ୍ରୀୟ ସ୍ଵାସ୍ଥ୍ୟ ମନ୍ତ୍ରଣାଳୟ କୋଓ୍ଵିନ ସଫ୍ଟଓ୍ଵେରରେ ଫିଲଟର ଲାଗୁ କରି ଦେଇଛି, ଯଦ୍ଵାରା ଏହି ୫ ରାଜ୍ୟରେ ନିର୍ବାଚନରେ ପ୍ରଧାନମନ୍ତ୍ରୀଙ୍କ ଫଟୋ ଭ୍ୟାକ୍ସିନ ସାର୍ଟିଫିକେଟ୍ରେ ଦେଖିବାକୁ ନମିଳିବ।

ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଶନିବାର ପାଞ୍ଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ଫେବୃଆରୀ ୧୦ରୁ ଭୋଟ୍ ଗଣତି ହେବା ସହ ମାର୍ଚ୍ଚ ୧୦ରେ ଫଳାଫଳ ପ୍ରକାଶ ପାଇବ। ସାତୋଟି ପର୍ଯ୍ୟୟାରେ ୟୁପି ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ।

Get real time updates directly on you device, subscribe now.