fbpx

୨୪ ଘଣ୍ଟାରେ ଦେଶରୁ ବାହାରିଲେ ୧.୭୯ ଲକ୍ଷ ପଜିଟିଭ୍, କାଲି ତୁଳନାରେ ୧୨.୬% ଅଧିକ

ନୂଆଦିଲ୍ଲୀ: ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି ସହରରେ କରୋନା ମାମଲା ସାଙ୍ଗକୁ ଓମିକ୍ରନ ମାମଲାକୁ ଅଧିକ ସାମ୍ନାକୁ ଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୭୯,୭୨୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ସୋମବାର ତୁଳନାରେ ଏହାର ୧୨.୬% ଅଧିକ । ଏହା ସହିତ ୨୪ ଘଣ୍ଟା ମଧ୍ୟରେ ୧୪୬ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଏହି କ୍ରମରେ ମୃତ୍ୟୁ ସଂଖ୍ୟା ୪ ଲକ୍ଷ ୮୩ ହଜାର ୯୩୬କୁ ବୃଦ୍ଧି ପାଇଛି ।

କେବଳ ଏତିକି ନୁହେଁ, ସବୁଠାରୁ ଅଧିକ ମାମଲା ମହାରାଷ୍ଟ୍ରରେ ୪୪,୩୮୮ ମାମଲା ସାମ୍ନାକୁ ଆସିଛି । ଏହା ବ୍ୟତୀତ ପଶ୍ଚିମବଙ୍ଗରେ ୨୪,୨୮୭, ଦିଲ୍ଲୀରେ ୨୨,୭୫୧, ତାମିଲନାଡୁରେ ୧୨,୮୯୫, କର୍ଣ୍ଣାଟକରେ ୧୨ ହଜାର ପଜିଟିଭ ମାମଲା ସାମ୍ନାକୁ ଆସିଛି । ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪,୮୩,୯୩୬କୁ ବୃଦ୍ଧି ପାଇଛି । ସେମାନଙ୍କ ମଧ୍ୟରୁ ୩,୪୫,୦୦,୧୭୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଦେଶରେ ସକ୍ରିୟ ମାମଲା ୭,୨୩,୬୧୯ ଥିବା ବେଳେ ବର୍ତ୍ତମାନ ସୁଦ୍ଧା ୧୫୧ କୋଟି ଲୋକ ଟିକା ନେଇଛନ୍ତି ।

Get real time updates directly on you device, subscribe now.