fbpx

ହସାଇ ହସାଇ… ବେଦମ୍‌ କରୁଛି କୁନି ଝିଅ, ସୋସିଆଲ୍ ମିଡ଼ିଆରେ ଭାଇରାଲ ହେଉଛି ଭିଡିଓ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆରେ ପୂର୍ବରୁ ଆମେ  ଅନେକ ମଜାଦାର ଭିଡିଓ ସବୁ ଦେଖିଛେ ।  ଏକ ଭିଡିଓକୁ ଦେଖିଲେ ଆପଣ ନିଜର ହସକୁ ଆୟତ କରିପାରିବେ ନାହିଁ । ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତି ତାଙ୍କ କୁନି ଝିଅକୁ କୋଳରେ ଧରି ବହି ପଢ଼ୁଛନ୍ତି । କୁନି ଶିଶୁଟି ବାପାଙ୍କ ପଢ଼ିବା ଶୈଳୀରେ ହସି ହସି ବେଦମ୍‌ ହେଉଛି । ଏହି ଭିଡିଓଟିକୁ ଆମେରିକୀୟ ଫୁଟବଲ୍‌ ଖେଳାଳି ରେକ୍ସ ଚାପ୍‌ମାନ୍‌ ତାଙ୍କ ଟ୍ୱିଟର ଆକାଉଣ୍ଟରେ ଟ୍ୱିଟ୍‌ କରିବା ପରେ ଭିଡିଓଟିକୁ ବହୁ ଗ୍ରହଣୀୟତା ମିଳିଛି ।

ଭିଡିଓରେ ଦେଖିବାକୁ ମିଳିଛି ବହି ପଢ଼ୁଥିବା ବାପା ଜଣକ ବିଭିନ୍ନ ଚରିତ୍ରକୁ ଯଥାର୍ଥ ଦେବା ପାଇଁ ଅଲଗା ଅଲଗା କଣ୍ଠସ୍ୱର ପ୍ରୟୋଗ କରୁଛନ୍ତି । ବ୍ୟକ୍ତି ଜଣକ ପିଲାଙ୍କ ସକାଶେ ଉଦ୍ଦିଷ୍ଟ ପୁସ୍ତକ “ମିକି ମାଉସ୍‌’ ପଢ଼ୁଥିବାର ଭିଡିଓରେ ଦେଖିବାକୁ ମିଳିଛି । ଭିଡିଓରେ ସବୁଠାରୁ ଆକର୍ଷଣୀୟ ଅଂଶଟି ହେଉଛି ବାପାଙ୍କର ଭିନ୍ନ ଭିନ୍ନ ସ୍ୱର ଉପରେ କୁନି ଶିଶୁଟିର ପ୍ରତିକ୍ରିୟା । ଭିଡିଓଟିକୁ ଫୁଟବଲ ଖେଳାଳି ତାଙ୍କ ଟ୍ୱିଟରରେ ସେୟାର କରିବା ପରେ ଏବେ ସୁଦ୍ଧା ଏହାର ଭିୟୁ ୪୬୭.୮ ହଜାରରୁ ଅଧିଖ ହୋଇସାରିଲାଣି । ଏହାକୁ ୩୩.୨ ହଜାରରୁ ଅଧିକ ଲାଇକ୍‌ ମିଳି ସାରିଲାଣି । ୫.୧ ହଜାର ଥର ଏହି ଭିଡିଓଟିକୁ ରିଟ୍ୱିଟ୍‌ କରାଯାଇଛି ।

Get real time updates directly on you device, subscribe now.