fbpx

ଇସ୍ରୋ ଚେୟାରମ୍ୟାନ ହେଲେ ଏସ ସୋମନାଥ: କେ ଶିବନଙ୍କ ସ୍ଥାନରେ ନେବେ ଦାୟିତ୍ୱ

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଗବେଷଣା ସଂସ୍ଥାନ (ଇସ୍ରୋ)ର ନୂତନ ଚେୟାରମ୍ୟାନ ଭାବରେ ଡ. ଏସ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ପୂର୍ବତନ ଚେୟାରମ୍ୟାନ କେ ଶିବନଙ୍କ କାର୍ଯ୍ୟକାଳ ଆସନ୍ତା ୧୪ ତାରିଖରେ ଶେଷ ହେଉଥିବା ବେଳେ ତାଙ୍କ ସ୍ଥାନରେ ସୋମନାଥଙ୍କୁ ନିଯୁକ୍ତ କରାଯାଇଛି। ବର୍ତ୍ତମାନ ବିକ୍ରମ ସାରାଭାଇ ସ୍ପେସ ସେଣ୍ଟରର ନିର୍ଦେଶକ ଅଛନ୍ତି ସୋମନାଥ।

ଆସନ୍ତା ୩ ବର୍ଷ ପାଇଁ ସୋମନାଥଙ୍କୁ ଇସ୍ରୋର ଚେୟାରମ୍ୟାନ ସହିତ ମହାକାଶ ଗବେଷଣା ବିଭାଗର ସଚିବ ଭାବେ ନିଯୁକ୍ତ କରାଯାଇଛି। ପୂର୍ବରୁ pslv ରକେଟ ନିର୍ମାଣ ଟିମରେ ଟିମ ଲିଡର ଭାବେ କାମ କରି ସାରିଛନ୍ତି ସୋମନାଥ। ଜୁଲାଇ ୧୯୬୩ ରେ ଜନ୍ମିତ ସୋମନାଥ ବେଙ୍ଗାଲୁରୁ ସ୍ଥିତ IISC ରୁ ଏରୋ ସ୍ପେସ ଇଞ୍ଜିନିୟରିଂରେ ସ୍ନା୍ତକୋତ୍ତର ଶିକ୍ଷା ଗ୍ରହଣ କରିଛନ୍ତି।

Get real time updates directly on you device, subscribe now.