fbpx

(Video) ପୁଣି ଥରେ କାର୍ଯ୍ୟକ୍ଷମ ହେବ ଆସିକା ଚିନିଶିଳ୍ପ: ବଢ଼ିବ ଉତ୍ପାଦନ ଓ ହସିବେ ଆଖୁ ଚାଷୀ ଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଅବ୍ୟବସ୍ଥା ଘେରରେ ରହିଛି ଆସିକା ଚିନିଶିଳ୍ପ । ଏହାଫଳରେ ଆଖୁ ଚାଷ ଉପରୁ ନିଜର ଆସ୍ଥା ଉଠାଇ ନେଇଛନ୍ତି ଚାଷୀମାନେ । ଆସିକା ଚିନିର ଚାହିଦା ଚାରିଆଡ଼େ ରହିଥିଲେ ହେଁ କାରଖାନା କର୍ତ୍ତୃପକ୍ଷଙ୍କ ଖାମଖିଆଲି ନୀତି ଯୋଗୁଁ ଚାଷୀଙ୍କ ସମସ୍ୟା ବଢ଼ିବାରେ ଲାଗିଛି । ପୂର୍ବରୁ ପନ୍ଦର ଦିନକୁ ଥରେ ବିଲ୍ ହେଉଥିବା ବେଳେ ଏବେ ୬ ମାସ ପରେ ମଧ୍ୟ ବିଲ୍ ହୋଇଥିବା ଅଭିଯୋଗ କରିଛନ୍ତି ଚାଷୀମାନେ । ସେହିପରି ଆଗରୁ କମ୍ପାନୀ ସାର ଠାରୁ ଆରମ୍ଭ କରି ବିହନ ପର୍ଯ୍ୟନ୍ତ ସମସ୍ତ ସାମଗ୍ରୀ ଯୋଗାଇ ଦେଉଥିବା ବେଳେ ଏବେ ସେଥିପ୍ରତି ଧ୍ୟାନ ଦେଉନାହିଁ । ଏହାଫଳରେ ଲାଭଜନକ ଚାଷ ଆଜି କ୍ଷତିରେ ପରିଣତ ହୋଇଛି ।

ତେବେ ଚାଷୀମାନଙ୍କର ଏପରି ଅଭିଯୋଗ ଉପରେ ପ୍ରତିକ୍ରିୟା ରଖି ପରିଚାଳନା କାରଖାନାର ପରିଚାଳନା ନିର୍ଦ୍ଦେଶକ କହିଛନ୍ତି ଯେ, ଯଥାସମ୍ଭବ ଚାଷୀଙ୍କର ସମସ୍ୟାର ସମାଧାନ କରିବା ପାଇଁ ଚେଷ୍ଟା ଚାଲିଛି । ଆଗକୁ ଆଖୁ ଚାଷ ପ୍ରତି ଚାଷୀଙ୍କର ଆଗ୍ରହ ବଢ଼ିବା ସହ ଅଧିକ ଜମିରେ ଚାଷ ହେବ । ଚଳିତ ବର୍ଷ ଠିକ୍ ସମୟରେ ବିଲ୍ କରାଯିବ ଓ ଏହାଦ୍ୱାରା ଉତ୍ପାଦନ ମଧ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି । ତେବେ କର୍ତ୍ତୃପକ୍ଷଙ୍କ ଏଭଳି ମନ୍ତବ୍ୟ ପରେ ପୁଣି ଥରେ ଚିନି ଶିଳ୍ପ ତା’ର ହୃତ ଗୌରବ ଫେରିପାଇବ ଓ ଚାଷୀଭାଇ ହସି ଉଠିବେ ବୋଲି ଆଶା କରାଯାଉଛି ।

Get real time updates directly on you device, subscribe now.