fbpx

୧୦୦ ବୋତଲ କଫ୍‌ ସିରଫ୍‌ ଜବତ: ଜଣେ ଗିରଫ

ଖଡ଼ିଆଳ/ନୂଆପଡ଼ା, (ଭାସ୍କର ନ୍ୟୁଜ୍‌): ଖଡ଼ିଆଳ ବ୍ଲକ ଅନ୍ତର୍ଗତ ବରଗାଁ ଛକରୁ ଖଡ଼ିଆଳ ଅବକାରୀ ବିଭାଗ ତରଫରୁ ଚଢ଼ାଉ କରି ୧୦୦ବୋତଲ କଫ ସିରଫ ଜବତ କରିଛି ଏବଂ ବିକ୍ରି କରୁଥିବାବର ଗାଁର ରୁନା ପଣ୍ଡା କୁ ଗିରଫ କରିଛି । ଏହି କଫ ସିରଫ ନିଶା ଦ୍ରବ୍ୟ ହିସାବରେ ୧୪୯ଟଙ୍କା ରହିଥିବାବେଳେ ୧୦୦ବୋତଲର ଦାମ ୧୪ହଜାର ୯୦୦ଟଙ୍କାର ବୋଲି ଜଣାପଡିଛି । ଖଡ଼ିଆଳ ଅବକାରୀ ବିଭାଗ ରେ ଏକ ମାମଲା ୧୦୨/୨୧/୨୨ରୁଜୁ କରି ଅବକାରୀ ଆଇନ ୨୧(ଭି) ଏନ ଟିିଏଏସ ୧୯୮୫ ଅନୁସାରେ ମାମଲା ରୁଜୁ କରିଥିବା ସବ-ଇନ୍ସ୍େପକଟର ଡମ୍ବରୁଧର ହରିଜନ ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.