fbpx

UP ବିଧାନସଭା ନିର୍ବାଚନ ପାଇଁ BJP ଆଜି ଘୋଷଣା କରିବ ପ୍ରାର୍ଥୀ ତାଲିକା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଆଜି ବିଜେପିର ପ୍ରଥମ ପ୍ରାର୍ଥୀ ତାଲିକା ପ୍ରକାଶ ପାଇପାରେ । ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଅଯୋଧ୍ୟାରୁ ନିର୍ବାଚନ ଲଢ଼ିବା ନେଇ ହେଉଥିବା ଚର୍ଚ୍ଚା ଉପରୁ ପରଦା ହଟିପାରେ । ଏହି ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଭାଜପାର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ଦଳର କେନ୍ଦ୍ରୀୟ କାର୍ଯ୍ୟାଳୟରେ ସମ୍ବୋଧନ ଦେବେ । ୟୁପି ନିର୍ବାଚନ ପାଇଁ ଦଳ ପ୍ରଥମ ଲିଷ୍ଟରେ ୧୭୨ ଜଣଙ୍କର ତାଲିକା ଘୋଷଣା କରିବ ।

ୟୁପି ବିଧାନସଭାର ମୋଟ ୪୦୩ଟି ସିଟ ପାଇଁ ଫେବୃଆରୀ ୧୦ରୁ ୭ଟି ପର୍ଯ୍ୟାୟରେ ଭୋଟ ଗ୍ରହଣ କରାଯିବ । ଦ୍ୱିତୀୟ ପର୍ଯ୍ୟାୟ ଫେବୃଆରୀ ୧୪ରେ, ତୃତୀୟ ପର୍ଯ୍ୟାୟ ଫେବୃଆରୀ ୨୦ରେ, ଚତୁର୍ଥ ପର୍ଯ୍ୟାୟ ଫେବୃଆରୀ ୨୩ରେ, ପଞ୍ଚମ ପର୍ଯ୍ୟାୟ ଫେବୃଆରୀ ୨୭ରେ, ଷଷ୍ଠ ପର୍ଯ୍ୟାୟ ମାର୍ଚ୍ଚ ୩ରେ ଓ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ମାର୍ଚ୍ଚ ୭ରେ ଅନୁଷ୍ଠିତ ହେବ । ୟୁପି ବିଧାନସଭାର କାର୍ଯ୍ୟକାଳ ଆସନ୍ତା ମେ ୧୪ ତାରିଖରେ ସମାପ୍ତ ହେବାକୁ ଥିବାବେଳେ ଏହି ସମୟ ପୂର୍ବରୁ ନୂଆ ସରକାର ଗଠନ ନେଇ ପ୍ରକ୍ରିୟା ଜାରି ରହିଛି ।

Get real time updates directly on you device, subscribe now.