fbpx

ପୁଣି ରକ୍ତରଞ୍ଜିତ ହେଲା ରାଜଧାନୀ, କେକ୍‌ ଖାଇବାକୁ କେନ୍ଦ୍ର କରି ଗଡ଼ିଲା ମୁଣ୍ଡ: ରାସ୍ତା ରୋକ୍ କଲେ ଉତ୍ତ୍ୟକ୍ତ ଲୋକ

ଭୁବନେଶ୍ୱର, (ଭାସ୍କର ନ୍ୟୁଜ୍‌): ଅପରାଧୀଙ୍କର ଏବେ ଚରାଭୂଇଁ ପାଲଟିଛି ରାଜଧାନୀ । ନୂଆ ବର୍ଷରୁ ରାଜଧାନୀର ଅପରାଧ ଡାଏରୀ ଖୋଲିବା ପରେ ଗୋଟିଏ ପରେ ଗୋଟିଏ ହତ୍ୟାକାଣ୍ଡ ଘଟିଚାଲିଛି । କମିଶନରେଟ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ହତ୍ୟାକାଣ୍ଡ ଘଟାଇ ଚାଲିଛନ୍ତି । ଶନିବାର ସନ୍ଧ୍ୟାରେ ଜନଗହଳିୂର୍ଣ୍ଣ ପ୍ରେସ୍‌ଛକ ନିକଟରେ ଯୁବକଙ୍କୁ ଛୁରି ଭୁଷି ହତ୍ୟା କରାଯାଇଛି ।

ମିଳିଥିବା ସୂଚନା ମୁତାବକ କେକ୍‌ ଖାଇବାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଗୋଟିଏ ଗୋଷ୍ଠୀର କିଛି ଯୁବକ ଅନ୍ୟ ଏକ ଗୋଷ୍ଠୀର ଦୁଇଜଣ ଯୁବକଙ୍କୁ ଆକ୍ରମଣ କରିଥିଲେ ଓ ଛୁରାମାଡ଼ କରିଥିଲେ । ଫଳରେ ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଅନ୍ୟ ୨ ଯୁବକ ଗୁରୁତର ଥିବା ସୂଚନା ମିଳିଛି । ମୃତକ ଜଣକ ସ୍ଥାନୀୟ ଗାଡ଼କଣ ଅଞ୍ଚଳର ନିରଞ୍ଜନ ପରିଡ଼ା (ଚିଣ୍ଟୁ) ବୋଲି ଜଣାପଡ଼ିଛି । ଏହି ଘଟଣା ପରେ ଗାଡ଼କଣ ଗ୍ରାମବାସୀ ପ୍ରେସଛକରେ ଅଭିଯୁକ୍ତକୁ ଗିରଫ ଦାବିରେ ରାସ୍ତାରୋକ କରିବା ଯୋଗୁଁ ଯାନବାହାନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଘଟଣାସ୍ଥଳରେ ଶହୀଦନଗର ଥାନା ପୁଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚି ତଦନ୍ତ ଚଳାଇଛନ୍ତି ।

Get real time updates directly on you device, subscribe now.