fbpx

ଆଜିଠୁ ବଦଳିବ ପାଗ, ବଢ଼ିବ ଶୀତ: ୨୦ ପର୍ଯ୍ୟନ୍ତ ଘନ କୁହୁଡି ଆଶଙ୍କା

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ଆଜିଠୁ ବଦଳିବ ପାଗ। ଖସିବ ପାରଦ ବଢ଼ିବ ଜାଡ଼।  ରାଜ୍ୟରେ ଗତ କିଛି ଦିନ ଧରି ଚାଲିଥିବା ଅଦିନିଆ ବର୍ଷା କମିବା ପରେ ଗତକାଲି ପାଗ ଖରାଟିଆ ରହିଥିଲା । ତେବେ ବର୍ଷା କମିବା ପରେ ରାଜ୍ୟରେ ଶୀତ ବଢିବ ବୋଲି ଆଂଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଜାରି ବୁଲେଟିନରେ କୁହାଯାଇଛି ଯେ ରାଜ୍ୟରେ ଆସନ୍ତା କିଛି ଦିନ ପ୍ରବଳ ଶୀତ ଅନୁଭୂତ ହେବ । ୩ ଦିନ ପର୍ଯ୍ୟନ୍ତ ସର୍ବନିମ୍ନ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବ ।

ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରୁ ୨୦ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲାରେ ଘନ କୁହୁଡ଼ି ହେବ ବୋଲି ପାଣିପାଗ ବିଭାଗ କହିଛି ।

Get real time updates directly on you device, subscribe now.