fbpx

ଏକ ମାସ ଧରି ମିଠା ନ ଖାଇଲେ ଶରୀର ଉପରେ କଣ ପଡ଼ିବ ପ୍ରଭାବ?

ଓଡ଼ିଶା ଭାସ୍କର ବ୍ୟୁରୋ: ଚାହା ରେ ଚିନି ଅଧିକ ହୋଇଯାଇଛି….ଆଜି ଖିରୀ ଅଧିକ ମିଠା ହୋଇଗଲା…ମୁଁ କେବଳ ଗୋଟିଏ ରସଗୋଲା ଖାଇବି…. ସ୍ୱାସ୍ଥ୍ୟପ୍ରତି ଅଧିକ ଯତ୍ନବାନ ଥିବା ଲୋକମାନଙ୍କ ମୁହଁରୁ ଆପଣ ମାନେ ଏହିଭଳି କିଛି କଥା ଶୁଣିଥିବେ । ଅଧିକ ମିଠା ଖାଇବା ଦ୍ୱାରା ଶରୀର ଉପରେ ଖରାପ ପ୍ରଭାବ ପଡ଼ିଥାଏ । ହେଲେ କିଛି ଲୋକଙ୍କୁ ମିଠା ଖୁବ୍ ପସନ୍ଦ । ଗୋଟିଏ ଦିନ ମିଠା ନ ଖାଇଲେ ସେମାନଙ୍କ ଦିନ ଯାଏନି । ହେଲେ ଅନେକ ଲୋକ ମିଠା ଛାଡ଼ିବାକୁ ଚାହୁଁଛନ୍ତି । ହେଲେ ଆପଣ କେବେ ଭାବିଛନ୍ତି କି ବିଲକୁଲ୍ ମିଠା ନଖାଇଲେ କଣ ହେବ?

ଆପଣ ମାନେ ଭଳ ଭାବେ ଜାଣିଛନ୍ତି କି ଯେ, ମିଠା ଶରୀର ପ୍ରତି କ୍ଷତିକାରକ । ଏହା ଖାଇବା ଦ୍ୱାରା ଓଜନ ବଢ଼ିଥାଏ, ମୋଟାପଣ, ଡାଇବେଟିସ୍ ଆଦି ହେବାର କାରଣ ପାଲଟିଥାଏ । ଫଳରେ ଶରୀରରେ ଅନେକ ପ୍ରକାର ରୋଗ ଦେଖାଦିଏ । ତେଣୁ ଡାକ୍ତର ମାନେ ସର୍ବଦା ମିଠା କମ୍ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି । ଡାଇବେଟିସ୍ ରୋଗୀଙ୍କୁ ମିଠା ଖାଇବା ସମ୍ପୂର୍ଣ୍ଣ ବାରଣ କରିଦିଆଯାଏ । ତେବେ ଯେଉଁ ମାନଙ୍କ ଠାରେ କୌଣସି ପ୍ରକାର ସମସ୍ୟା ନଥାଇ ମଧ୍ୟ ଯଦି ସେ ସମ୍ପୂର୍ଣ୍ଣ ଭାବେ ମିଟଠା ଛାଡ଼ିଦିଏ ତାହେଲେ କଣ ହେବ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ରିପୋର୍ଟ ଅନୁସାରେ, ମହିଳା ମାନେ ପୁରୁଷଙ୍କ ତୁଳନାରେ କମ୍ ମିଠା ଖାଇବା ଆବଶ୍ୟକ । ପୁରୁଷ ମାନେ ପ୍ରତିଦିନ ୩୦ ଗ୍ରାମ ଓ ମହିଳା ମାନେ ଦୈନିକ ୨୫ ଗ୍ରାମ ମିଠା ଖାଇବା ଦରକାର । କାରଣ ଚିନିକୁ ସ୍ଲୋ ପଏଜନ୍ ଅର୍ଥାତ୍ ମିଠା ବିଷ ବୋଲି କୁହାଯାଇଥାଏ । କାରଣ ଏହା ଅନେକ ରୋଗର କାରଣ ହୋଇଥାଏ ।

ଅଧିକ ମିଠା ଶରୀରରେ ରୋଗ ପାଇଁ ବାଟ ଫିଟାଇଥାଏ । ଯଦି ଆପଣ ସମ୍ପୂର୍ଣ୍ଣ ଭାବେ ମିଠା ଖାଇବା ଛାଡ଼ିଦେବେ ତାହେଲେ ମିଠା ଛାଡ଼ିବାର ୩୦ ଦିନ ପରେ ଆପଣ ଖୁବ୍ ହାଲୁକା ଓ ଷ୍ଟ୍ରଙ୍ଗ ଅନୁଭବ କରିବେ । ଏକ ମାସ ପର୍ଯ୍ୟନ୍ତ ଚିନି ନ ଖାଇଲେ ଆପଣ ପୂର୍ବାପେକ୍ଷା କମ୍ ଥକ୍କାପଣ ଅନୁଭବ କରିବେ । ହେଲେ କିଛି ଜଣଙ୍କୁ ଏହା କରିବା ସହଜ ହୋଇନଥାଏ ।

ତେବେ ଡାକ୍ତର ମାନଙ୍କ କହିବାନୁସାରେ, ମିଠା ଛାଡିବା ଦରକାର କିନ୍ତୁ ପ୍ରାକୃତିକ ମିଠା ଠାରୁ ଦୂରତା ବଢ଼ାଇବା ଉଚିତ୍ ନୁହେଁ । ଯେପରିକି ଫଳରୁ ମିଳୁଥିବା ଗ୍ଲୁକୋଜ୍ ଶରୀରକୁ ନିହାତି ଦରକାର ହୋଇଥାଏ । ଏହା ଶରୀରର ମାଂସପେଶୀକୁ ମଜବୁତ୍ କରିଥାଏ । ଫଳ ସହିତ ଡ୍ରାଏଫ୍ରୁଟ୍ ରୁ ମିଳୁଥିବା ମିଠା ମଧ୍ୟ ଭଲ ହୋଇଥାଏ ।

Get real time updates directly on you device, subscribe now.