fbpx

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୩ମୃତ

ଢ଼େଙ୍କାନାଳ,୧୦ା୩(ଓଡ଼ିଶା ଭାସ୍କର): ଆଜି ପବିତ୍ର ହୋଲି ଭଳି ଦିନରେ ଙେଙ୍କାନାଳ ସ୍ଥିତ କାଇମାଟି ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ସେଠାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେଠାରେ ହୋଲି ଖେଳି ଫେରିବା ବେଳେ ବାଇକଟି ଗଛରେ ପିଟି ହୋଇ ଏହିପରି ଅଘଟଣ ଘଟିଛି । ଘଟଣାସ୍ଥଳରେ ହିଁ ବାଇକରେ ଥିବା ୩ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ୩ଜଣଙ୍କ ମୃତକଙ୍କ ମଧ୍ୟରୁ ୨ଜଣଙ୍କର ଘର କାଇମାଟିରେ ରେ ହୋଇଥିବା ବେଳେ ଜଣଙ୍କର ଢ଼େଙ୍କାନାଳ ଟାଉନରେ ହୋଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.