fbpx

ଜୀବନ ସାରା ପିନ୍ଧିବାକୁ ପଡ଼ିବ ମାସ୍କ! ଭବିଷ୍ୟତକୁ ନେଇ ଏପରି କହିଲେ ମହାମାରୀ ବିଶେଷଜ୍ଞ ଆନ୍ଥନୀ ଫାଉଚି

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ କରୋନା ମହାମାରୀର ଅନ୍ତ ଘଟିବାର ଏପର୍ଯ୍ୟନ୍ତ କୌଣସି ସଂକେତ ଦେଖିବାକୁ ମିଳିନାହିଁ । ତେଣୁ ଏହ ବି କୁହାଯାଇପାରିବ ନାହିଁ ଆମକୁ କେତେ ଦିନ ପର୍ଯ୍ୟନ୍ତ ଏହିଭଳି ଭାବରେ ମାସ୍କ ପିନ୍ଧି ଦିନ କାଟିବାକୁ ହେବ । ହେଲେ କୁହାଯାଉଛି ଯେ, ଖୁବ୍ ଶୀଘ୍ର ମହାମାରୀକୁ ନିୟନ୍ତ୍ରଣ କରାଯିବ ଓ ବିନା ମାସ୍କର ଦିନ ମଧ୍ୟ ଖୁବ୍ ଶୀଘ୍ର ଆସିବ । ୱର୍ଲ୍ଡ ଇକୋନୋମିକ୍ ଫୋରମ୍ କୁ ସମ୍ବୋଧିତ ଆମେରିକାର ବିଶେଷଜ୍ଞ ଆନ୍ଥନୀ ଫାଉଚି ସୋମବାର ଦିନ ଏ ସମ୍ପର୍କରେ ମତ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ମହାମାରୀ ଖୁବ୍ ଶୀଘ୍ର ସମାପ୍ତ ହୋଇଯିବ । କିନ୍ତୁ ସେ ଏହା ମଧ୍ୟ କହିଛନ୍ତି ଯେ, ଓମିକ୍ରନ୍ ଶେଷ ଭାରିଆଣ୍ଟ ନୁହେଁ ।

ତେବେ ସେ ଜୀବନ ସାରା ମାସ୍କ ପିନ୍ଧିବା କଥାକୁ ମଧ୍ୟ ଖଣ୍ଡନ କରିଛନ୍ତି । ଏହି ମହାମାରୀରେ ଭବିଷ୍ୟତରେ କଣ ହେବ ତାହା ଏବେଠାରୁ ଆକଳନ କରିବା କାଠିକର ପାଠ । କାର୍ରଣ ଏହା ଲଗାତର ଭାବରେ ରୂପ ବଦଳାଉଛି । ବର୍ତ୍ତମାନ ସୁଦ୍ଧା ୫ ପ୍ରକାରର ଭାରିଆଣ୍ଟ ସାମନାକୁ ଆସିସାରିଲାଣି ଓ ଓମିକ୍ରନ ଶେଷ ଭାରିଆଣ୍ଟ ନୁହେଁ । ଆଗକୁ ଏହିପରି ଅନେକ ଭାରିଆଣ୍ଟ୍ ଦେଖାଦେଇପାରେ । ତେଣୁ ବିଶ୍ୱବ୍ୟାପୀ ମହାମାରୀର ପ୍ରଭାବକୁ ଆଖି ଆଗରେ ରଖି ଯୋଜନା ଓ ପଦକ୍ଷେପ ଗ୍ରହଣ କରାଯିବା ଦରକାର ।

Get real time updates directly on you device, subscribe now.