fbpx

ବଳି ଦେବା ସମୟରେ ଛେଳି ବଦଳରେ କାଟିଦେଲେ ଧରିଥିବା ଲୋକର ବେକ, ଘଟଣାକୁ ନେଇ ହଇଚଇ

ଚିତ୍ତୋର: ନିଶାରେ ଚୁର୍ ଥିବା ଜଣେ ଯୁବକ ବଳି କାଟୁଥିବା ସମୟରେ ଛେଳିକୁ ବଦଳରେ କାଟିଦେଇଛନ୍ତି ଛେଳିକୁ ଧରିଥିବା ବ୍ୟକ୍ତିଙ୍କ ବେକ । ଏହି ଘଟଣା ସ୍ଥାନୀୟ ଅଞ୍ଚଳରେ ହଇଚଇ ସୃଷ୍ଟି କରିଛି । ଏହିଭଳି ଏକ ଆଶ୍ଚର୍ଯ୍ୟ କରିବା ପରି ଘଟଣା ଦେଖିବାକୁ ମିଳିଛଇ ଆନ୍ଧ୍ରପ୍ରଦେଶର ଚିତ୍ତୋର ଠାରେ । ବେକ କାଟିବା ଫଳରେ ଉକ୍ତ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଯାଇଛି । ପୋଲିସ୍ ହତ୍ୟାକାରୀକୁ ଗିରଫ କରିଛି ।

ସୂଚନା ଯେ, ଚିତ୍ତୋରର ବଲସାପଲ୍ଲେ ଅଞ୍ଚଳରେ ଏହି ଘଟରଶ ଘଟିଛି । ସଂକ୍ରାନ୍ତି ଅବସରରେ ଏଠାରେ ଏକ ବନ୍ଦିରରେ ବଳିର ଆୟୋଜନ ହୋଇଥିଲା । ଅଭିଯୁକ୍ତ ଜଣକ ବଳି ପଶୁଙ୍କୁ ବଳି ଦେଉଥିଲା । ୩୫ ବର୍ଷିୟ ସୁରେଶ ବଳି ପଡ଼ିବାକୁ ଥିବା ଛେଳିକୁ ଧରିଥିଲା । ସେ ସମୟରେ ଅଚାନକ ଛେଳି ଜାଗାରେ ସୁରେଶର ବେକ କୁ କାଟି ଦେଇଥିଲା ଅଭିଯୁକ୍ତ ।

ପୋଲିସ୍ କହିବାନୁସାରେ, ଅଭିଯୁକ୍ତ ଜଣକ ନିଶାରେ ଥିଲା । ଫଳରେ କାଟିବାକୁ ଥିବା ଅସ୍ତ୍ରରେ ଛେଳି ବଦଳରେ ସୁରେଶର ବେକକୁ କାଟି ଦେଇଥିଲା । ଗୁରୁତର ଅବସ୍ଥାରେ ସୁରେଶକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ ।

 

Get real time updates directly on you device, subscribe now.