fbpx

ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଜନ୍ମହେଲା ଛୁଆ! ଏହା କ’ଣ ସମ୍ଭବ, ଜାଣନ୍ତୁ ଏହା ପଛର ଲଜିକ୍

ନୂଆଦିଲ୍ଲୀ: ସାଧାରଣତଃ, ଜଣେ ମାଆ ଛୁଆକୁ ନଅ ମାସ ପର୍ଯ୍ୟନ୍ତ ଗର୍ଭ ଧାରଣ କରିବା ପରେ ଜନ୍ମ ଦେଇଥାଏ । କେବେକେବେ ସନ୍ତାନ ୧୨ ମାସରେ ମଧ୍ୟ ଜନ୍ମଗ୍ରହଣ କରିଥାଏ । ଯଦି ଆପଣଙ୍କୁ କୁହାଯିବ ଯେ, ପିତାମାତାଙ୍କ ମୃତ୍ୟୁର ୪ ବର୍ଷ ପରେ ଛୁଆ ଜନ୍ମଗ୍ରହଣ କରିଛି, ତେବେ ଏ କଥାକୁ କେହି ବିଶ୍ୱାସ କରିବେ ନାହିଁ । ହେଲେ କଥାଟି ସତ ଅଟେ । ଚୀନରେ ଏପରି ଏକ ଘଟଣା ଘଟିଛି । ପିତାମାତା ମରିବାର ୪ ବର୍ଷ ପରେ ସରୋଗେଟ୍ ମାଆ ଛୁଆକୁ ଜନ୍ମ ଦେଇଛନ୍ତି ।

ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଚୀନରେ ଘଟିଥିଲା । ଛୁଆଟିର ପିତାମାତା ଏକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ । ମୃତ୍ୟୁ ପୂର୍ବରୁ ଗତ ୨୦୧୩ ମସିହାରେ ଦମ୍ପତ୍ତି ନିଜର ଭ୍ରୁଣକୁ ସୁରକ୍ଷିତ କରି ରଖିଥିଲେ । ଭ୍ରୁଣକୁ ଚୀନର ନାଞ୍ଜିଂ ହସ୍ପିଟାଲରେ ମାଇନସ ୧୯୬ ଡିଗ୍ରୀ ତାପମାତ୍ରାରେ ନାଇଟ୍ରୋଜନ ଟ୍ୟାଙ୍କରେ ସୁରକ୍ଷିତ କରି ରଖାଯାଇଥିଲା । ଦମ୍ପତ୍ତି ଚାହୁଁଥିଲେ ଯେ, ତାଙ୍କ ସନ୍ତାନ ଇନ୍ ଭିଟ୍ରୋ ଫର୍ଟିଲାଇଜେସନ (ଆଇଭିଏଫ୍) ପ୍ରଣାଳୀରେଏହି ଦୁନିଆକୁ ଆସୁ । ଦମ୍ପତ୍ତିଙ୍କ ମୃତ୍ୟୁ ପରେ ସେମାନଙ୍କର ପିତାମାତା ଉକ୍ତ ସୁରକ୍ଷିତ ଭ୍ରୁଣକୁ ବ୍ୟବହାର ନେଇ ଦୀର୍ଘ ସମୟ ଧରି ଆଇନଗତ ଲଢ଼ାଇ ଜାରି ରଖିଥିଲେ । ଚୀନରେ ସରୋଗେଟକୁ ଏକ ଅପରାଧ ଭାବେ ବିବେଚନା କରାଯାଏ । ତେଣୁ ଦମ୍ପତ୍ତିଙ୍କ ପିତାମାତା ଏକ ଏଜେନ୍ସି ସହାୟତାରେ ସରୋଗେଟ ବୈଧ ଥିବା ଦେଶ ଦେଶ ଲାଓସରେ ଜଣେ ସରୋଗେଟ ମାତା ଖୋଜିଥିଲେ । ଶେଷରେ ଜଣେ ସରୋଗେଟ୍ ମାଆ ଏହି ଛୁଆକୁ ଜନ୍ମ ଦେବାକୁ ରାଜି ହୋଇଥିଲେ । ୨୦୧୭ ମସିହାରେ ସରୋଗେଟ୍ ମାତା ଜଣକ ଟୁରିଷ୍ଟ ଭିଜାରେ ଚୀନ ଆସି ଗୁଆଙ୍ଗଝୋରେ ଛୁଆକୁ ଜନ୍ମ ଦେଇଥିଲେ । ଛୁଆଟିକୁ ସେଠାରେ ୧୫ ଦିନ ପର୍ଯ୍ୟନ୍ତ ରଖାଯିବା ପରେ ପରିବାର ସଦସ୍ୟଙ୍କ ଡିଏନଏ ଓ ରକ୍ତ ଟେଷ୍ଟ ରିପୋର୍ଟ ପଜିଟିଭ୍ ଆସିବା ପରେ ହସ୍ତାନ୍ତର କରାଯାଇଥିଲା ।

Get real time updates directly on you device, subscribe now.