fbpx

ଆଜିଠାରୁ ଇଣ୍ଡିଆ ଗେଟରେ ଜଳିବନି ଅମର ଯବାନ ଜ୍ୟୋତି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ଏବେପର୍ଯ୍ୟନ୍ତ ଅମର ଯବାନ ଜ୍ୟୋତି ଇଣ୍ଡିଆ ଗେଟ୍ ର ପରିଚୟ ହୋଇ ରହିଥିଲା । କିନ୍ତୁ ବର୍ତ୍ତମାନ ଠାରୁ ଆଉ ତାହା ଇଣ୍ଡିଆ ଗେଟ୍ ରେ ଶୋଭା ପାଇବ ନାହିଁ । ବର୍ତ୍ତମାନ ଠାରୁ ଏହା ଜାତୀୟ ଯୁଦ୍ଧ ସ୍ମାରକରେ ଜଳିବ । ଶୁକ୍ରବାର ଦିନ ଏହାର ବିଲୟ କରିଦିଆଯାଇଛି । ତେବେ ଇଣ୍ଡିଆ ଗେଟ୍ ରେ ଅମର ଯବାନ ଜ୍ୟୋତିର ନିର୍ମାଣ ୧୯୭୨ ମସିହାରେ ହୋଇଥିଲା । ୧୯୭୧ ମସିହାରେ ଭାରତ-ପାକିସ୍ତାନ ଯୁଦ୍ଧରେ ସର୍ବୋଚ୍ଚ ବଳିଦାନ ଦେଇଥିବା ବୀର ଯବାନଙ୍କ ସ୍ମୃତିରେ ଏହାକୁ ଇଣ୍ଡିଆ ଗେଟ୍ ରେ ନିର୍ମାଣ କରାଯାଇଥିଲା ।

ଭାରତ-ପାକିସ୍ତାନ ସହିତ ୧୯୭୧ ରେ ହୋଇଥିବା ଯୁଦ୍ଧକୁ ୫୦ ବର୍ଷ ପୂର୍ତ୍ତି ଅବସରରେ ଏହି ଅମର ଯବାନ ଜ୍ୟୋତିକୁ ଜାତୀୟ ଯୁଦ୍ଧ ସ୍ମାରକକୁ ସିଫ୍ଟ କରିବା ନେଇ ନିଷ୍ପତ୍ତି ନିଆଯାଇଛି । ଇଣ୍ଡିଆ ଗେଟ୍ ପରିସରରେ ଦୀର୍ଘ ବର୍ଷ ଧରି ଜଳିଆସୁଥିବା ଏହି ଅମର ଯବାନ ଜ୍ୟୋତିକୁ ଗଣତନ୍ତ୍ର ଦିବସ ପୂର୍ବରୁ ଜାତୀୟ ଯୁଦ୍ଧ ସ୍ମାରକରେ ଜଳୁଥିବା ନିଆଁରେ ବିଲୟ କରାଯିବ ।

ତେବେ ଅମର ଯବାନ ଜ୍ୟୋତି ସ୍ମାରମ ଉପରେ ଏକ ଓଲଟା ବନ୍ଧୁକ ଏବଂ ସୈନିକଙ୍କ ହେଲମେଟ୍ ତିଆରି କରାଯାଇଛି । ଏହାର ଗୋଟିଏ ପାଶ୍ୱର୍ରେ ଏକ ଶାଶ୍ୱତ ଜ୍ୟୋତି(କେବେ ବି ଲିଭୁନଥିବା ନିଆଁ) ଜଳୁଛି । ୨୦୧୯ରେ ଯେତେବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତୀୟ ଯୁଦ୍ଧ ସ୍ମାରକ ଉଦଘାଟନ କରିଥିଲେ ସେହି ସମୟରେ ନିର୍ଣ୍ଣୟ କରିଥିଲେ ଅମର ଯବାନ ଜ୍ୟୋତିକୁ ସେଠାରେ ଜଳାଯିବ ।

Get real time updates directly on you device, subscribe now.