fbpx

ଇସ୍‌ଲାମ୍‌ ଧର୍ମକୁ ନିନ୍ଦା କରିଥିବା ପାକ୍‌ ମହିଳାଙ୍କୁ ପଡିଲା ମହଙ୍ଗା, ଫାଶୀ ଦଣ୍ଡାଦେଶ ଶୁଣାଇଲେ ରାୱଲପିଣ୍ଡି କୋର୍ଟ

ଇସ୍‌ଲାମାବାଦ : ହ୍ୱାଟ୍ସଆପ୍‌ ଯୋଗେ ଈଶନିନ୍ଦା କରିବା ଜନୈକା ପାକିସ୍ତାନ ମହିଳାଙ୍କୁ ମହଙ୍ଗା ପଡ଼ିଛି । ତାଙ୍କୁ ଇସ୍‌ଲାମ ବିରୋଧୀ ଏଭଳି କାମ ପାଇଁ ରାୱଲପିଣ୍ଡିର ଏକ ଅଦାଲତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଘଟଣାରୁ ପ୍ରକାଶ ଯେ, ଇସ୍‌ଲାମ ଧର୍ମର ସର୍ବୋଚ୍ଚ ମନାଯାଉଥିବା ପ୍ୟାଗମ୍ବର ମହମ୍ମଦଙ୍କ ବିରୋଧରେ ୨୬ ବର୍ଷୀୟା ଅନିକା ଅତିକ ନାମ୍ନୀ ପାକିସ୍ତାନୀ ମହିଳା ଜଣକ କିଛି ଆପତ୍ତିଜନକ ଟିପପ୍‌ଣୀ ଲେଖି ତାହାକୁ ନିଜର ହ୍ୱାଟ୍ସଆପ୍‌ ଗ୍ରୁପ୍‌ରେ ଛାଡ଼ିଥିଲେ । ତେବେ ଏହାକୁ ଈଶନିନ୍ଦା ବୋଲି ବିବେଚନା କରି ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହେବା ସହ ୨୦୨୦ ମେ ମାସରେ ପାକ୍‌ ପୁଲିସ ଗିରଫ କରି କୋର୍ଟଚାଲାଣ କରିଥିଲା । ମାମଲାଟି କୋର୍ଟରେ ବିଚାରଧୀନ ଥିଲାବେଳେ ଆଜି ରାୱଲପିଣ୍ଡି ଅଦାଲତ ଅନିକାଙ୍କୁ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି । ପ୍ରକାଶଥଉ କି, ଏବେ ପାକିସ୍ତାନର ବିଭିନ୍ନ ଜେଲ୍‌ରେ ଥିବା କଏଦୀଙ୍କ ମଧ୍ୟରେ ୮୦ ପ୍ରତିଶତଙ୍କ ବିରୋଧରେ ଈଶନିନ୍ଦାର ମାମଲା ରହିଛି ।

Get real time updates directly on you device, subscribe now.