fbpx

ଆହୁରୀ ଶକ୍ତଶାଳୀ ହେବ ଭାରତୀୟ ସେନା, ସ୍ୱିଡେନରୁ ଭାରତ ଆଣିବ ଟ୍ୟାଙ୍କ ବିଧ୍ୱଂସୀ ଅସ୍ତ୍ର ‘ଏଟି-୪’

ନୂଆଦିଲ୍ଲୀ: ଭାରତୀୟ ସେନା ବାହିନୀରେ ସାମିଲ ହେବ ସ୍ୱିଡେନର ସାବ କମ୍ପାନୀ  ଦ୍ୱାରା ନିର୍ମିତ ଟ୍ୟାଙ୍କ ବିଧ୍ୱଂସୀ ସିଙ୍ଗଲ ସଟ୍‌ ଆଣ୍ଟି ଟ୍ୟାଙ୍କ ସିଷ୍ଟମ ଏଟି-୪ । ଏହା ଆଣିବାକୁ ଭାରତୀୟ ସେନା ଅଧିକ ପସନ୍ଦ କରିଛି । ଭାରତୀୟ ବାୟୁସେନା ମଧ୍ୟ ଏହାକୁ ବ୍ୟବହାର କରି ପାରିବେ । ଉଲ୍ଲେଖନୀୟ ବିଷୟ ହେଲା ଯେ ଜଣେ ସୈନିକ ନିଜ କାନ୍ଧ ଉପରେ ରଖି ଯେ କୌଣସି ସ୍ଥାନରୁ ନିକ୍ଷେପ କରି ପାରିବ । ଏହା ଦ୍ୱାରା ଶତ୍ରୁ  ପକ୍ଷର ଟ୍ୟାଙ୍କ , ଯୁଦ୍ଧଯାନ ଓ ହେଲିକପ୍ଟରକୁ ମଧ୍ୟ ଧ୍ୱଂସ କରି ପାରିବ । ସେହିପରି ଆତଙ୍କବାଦିୀ ଲୁଚି ରହିଥିବା କୋଠାକୁ ମଧ୍ୟ ଉଡାଇ ଦିଆ ଯାଇ ପାରିବ । ଏହାର ଓଜନ ୮ କିଲୋଗ୍ରାମରୁ କମ ହୋଇ ଥିବା ବେଳେ ଏହାର ରେଞ୍ଜ ୨୦ରୁ ୩୦ ମିଟର । ଗୁରୁବାର ଦିନ ଏହି ଅସ୍ତ୍ର ଆଣିବା ପାଇଁ ଭାରତୀୟ ସେନା ଓ ସ୍ୱିଡେନର ସାବ କମ୍ପାନୀ ମଧ୍ୟରେ ବୁଝାମଣା ହୋଇଛି । ଏହି ଅସ୍ତ୍ର ଭାରତୀୟ ସେନାର ଶକ୍ତିକୁ ଅଧିକ ଶକ୍ତିଶାଳୀ କରିବ ବୋଲି ଆଶା କରାଯାଏ ।

Get real time updates directly on you device, subscribe now.