fbpx

ସଚିନଙ୍କ ଡାଇ-ହାର୍ଡ ଫ୍ୟାନ ସୁଧୀରଙ୍କୁ ଥାନାରେ ମାଡ ମାରିଲା ବିହାର ପୋଲିସ: ଜାଣନ୍ତୁ କଣ ରହିଛି କାରଣ

ନୂଆଦିଲ୍ଳୀ: କିମ୍ବଦନ୍ତୀ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଡାଇ ହାର୍ଡ ଫ୍ୟାନ ସୁଧୀର କୁମାର ଚୌଧୁରୀଙ୍କୁ ଥାନାରେ ମାଡ ମାରିଛି ପୋଲିସ । ସଚିନ ତଥା ଭାରତୀୟ କ୍ରିକେଟର ଏହି ଜବରା ଫ୍ୟାନଙ୍କୁ ବିହାର ପୋଲିସ ଥାନା ମଧ୍ୟରେ ମାଡ ମାରିଥିବା ନେଇ ସୁଧୀର ଅଭିଯୋଗ ଆଣିଛନ୍ତି । ବିହାରର ମୁଜାଫରପୁରରେ ଗୁରୁବାର ରାତିରେ ଏହି ଘଟଣା ଘଟିଥିଲା । ଥାନାରେ ରହିଥିବା ଡ୍ୟୁଟି ଅଫିସର ତାଙ୍କୁ ଲାତ ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ ।

ସୁଧୀରଙ୍କ ଭାଇ କିଶାନ କୁମାରଙ୍କୁ ପୋଲିସ ଉଠାଇ ନେଇଥିଲା । ଏହାର କାରଣ ଜାଣିବା ପାଇଁ ସୁଧୀର ଥାନାକୁ ଯାଇଥିଲେ । ସେଠାରେ ଲକ୍ ଅପରେ ଥିବା ନିଜ ଭାଇ ସହିତ କଥା ହେଉଥିବା ବେଳେ ଡ୍ୟୁଟି ଅଫିସର ଅଚାନକ ତାଙ୍କୁ ଲାତ ମାରିଥିଲେ । ଦୁଇଟି ଗୋଇଠା ମାରିବା ସହିତ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି ସୁଧୀର । ଏହି ଘଟଣା ପରେ ସୁଧୀର ଅଭିଯୋଗ କରିଥିଲେ । ଏହି ମାମଲାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ରାମ ନରେଶ ପାଶ୍ୱାନ କହିଛନ୍ତି । ଏହା ସହିତ ସୁଧୀର କହିଛନ୍ତି ଦୁଇ ବର୍ଷ ତଳେ ଏହି ଥାନାକୁ ମୁଁ ଉଦଘାଟନ କରିଥିଲି । ସେତେବେଳେ ସମ୍ମାନ ଦେଉଥିବା ପୋଲିସ ବର୍ତ୍ତମାନ ମାଡ ମାରିଛି । ଏପରି ସ୍ଥଳେ ସାଧାରଣ ଲୋକଙ୍କୁ କେମିତି ବ୍ୟବହାର କରାଯାଉଥିବା ତାହା ଅନୁମାନଯୋଗ୍ୟ । ଉଲ୍ଲେଖଯୋଗ୍ୟ ଯେ, ଏକ ଜମି ବିକ୍ରି ମାମଲାରେ କିଶାନ କୁମାରଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.