fbpx

PM SYMY ଯୋଜନାରେ ମାସକୁ ମିଳିବ ୩ ହଜାର, ୪୬ ଲକ୍ଷ ଲୋକ କରିସାରିଲେଣି ଏନରୋଲମେଣ୍ଟ

ନୂଆଦିଲ୍ଲୀ: କୋଭିଡ୍ ସମୟରେ ଅଧିକାଂଶ ଲୋକ ଆର୍ଥିକ ସମସ୍ୟା ଦେଇ ଗତି କରୁଥିବା ବେଳେ ଏନେଇ କେନ୍ଦ୍ର ସରକାରଙ୍କ ତରଫରୁ ଏକ ଭଲ ଯୋଜନା ଆସିଛି । ସାଧାରଣତଃ ଅସଂଗଠିତ କ୍ଷେତ୍ରର ଶ୍ରମିକମାନେ ବୃଦ୍ଧାବସ୍ଥାରେ ଅଧିକ ସମସ୍ୟାରେ କାଳାତିପାତ କରିଥାନ୍ତି । ବୟସ ଗଡ଼ିଯିବା ପରେ ସେମାନଙ୍କ ପାଖରେ ରୋଜଗାରର ଆଉ ଅନ୍ୟ ପନ୍ଥା ନଥାଏ । ଏପରି ଲୋକଙ୍କ ହିତସାଧନ ପାଇଁ ସରକାରଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ ଶ୍ରମ ୟୋଗୀ ମାନଧନ ଯୋଜନା (ପିଏମ ଏସୱାଇଏମୱାଇ) ଯୋଜନାର ଶୁଭାରମ୍ଭ କରାଯାଇଛି । ବର୍ତ୍ତମାନ ସୁଦ୍ଧା ଏହି ଯୋଜନାରେ ୪୬ ଲକ୍ଷରୁ ଅଧିକ ଲୋକ ଯୋଡ଼ି ହୋଇ ସାରିଲେଣି ।

ଉକ୍ତ ସ୍କିମର ଅଫିସିଆଲ ୱେବସାଇଟର ତଥ୍ୟ ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା ଶ୍ରମ ୟୋଗୀ ଯୋଜନାରେ ୪୬ ଲକ୍ଷ ୧୭ ହଜାର ୬୫୩ ଜଣ ଏନରୋଲ୍ କରିସାରିଲେଣି । ଏହି ଯୋଜନାର ଖାସ୍ ବେନିଫିଟ୍ ହେଉଛି, ଏଥିରେ ଆପଣ ଯେତିକି ଜମା କରିବେ, ସରକାର ମଧ୍ୟ ସେତିକି ଅର୍ଥ ଜମା କରିବେ । ୧୮ରୁ ୪୦ ବର୍ଷ ବୟସର ଲୋକମାନେ ମାସକୁ ୧୫ ହଜାର ମଧ୍ୟରେ ରୋଜଗାର କରୁଥିଲେ ଏଥିରେ ଆବେଦନ କରିବାକୁ ଯୋଗ୍ୟ ହେବେ । ଏହି ଆମାଉଣ୍ଟ ଠାରୁ ଅଧିକ ରୋଜଗାର କରୁଥିବା ଲୋକମାନେ ସରକାରଙ୍କ ଏହି ସାମାଜିକ ସୁରକ୍ଷା ପେନସନ ସ୍କିମର ଲାଭ ପାଇପାରିବେ ନାହିଁ । ଯେଉଁ ବ୍ୟକ୍ତିମାନେ ଇନକମ ଟ୍ୟାକ୍ସ ଭରିବା ସହ ଇପିଏଫଓ, ଏନପିଏସ ଓ ଇଏସଆଇସିର ସଦସ୍ୟ ହୋଇଥିବେ, ସେମାନେ ଏହି ଯୋଜନା ପାଇଁ ଯୋଗ୍ୟ ହେବେ ନାହିଁ ।

ଏହି ସ୍କିମରେ ସାମିଲ ହୋଇଥିବା ଲୋକଙ୍କୁ ମାସକୁ ୩ ହଜାର ହିସାବରେ ବର୍ଷକୁ ୩୬ ହଜାର ଟଙ୍କାର ପେନସନ ମିଳିବ । ଯେତେ କମ୍ ବୟସରୁ ଆପଣ ଏଥିରେ ସାମିଲ ହେବେ, ସେତେ ଅଧିକ ଫାଇଦା ପାଇପାରିବେ । ଏଥିରେ ସାମିଲ ହେବାକୁ ହେଲେ ୧୮ ବର୍ଷୀୟଙ୍କୁ ମାସକୁ ୫୫ ଟଙ୍କା ଓ ୪୦ ବର୍ଷୀୟଙ୍କୁ ମାସିକ ୨୦୦ ଟଙ୍କା ଦେବାକୁ ପଡ଼ିବ । ଏଥିରେ ଯୋଡ଼ି ହେବାକୁ ହେଲେ କେବଳ ଆଧାର କାର୍ଡ ଓ ସେଭିଙ୍ଗ ବ୍ୟାଙ୍କ ଆକାଉଣ୍ଟର ଆବଶ୍ୟକତା ପଡ଼ିଥାଏ ।

Get real time updates directly on you device, subscribe now.