fbpx

କପି ରାଇଟ୍ ଉଲ୍ଲଂଘନ: ସୁନ୍ଦର ପିଚାଇ ସମେତ ଗୁଗଲର ଅନ୍ୟ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବାଇ: ଗୁଗଲ ସିଇଓ ସୁନ୍ଦର ପିଚାଇ ଏବଂ କମ୍ପାନୀର ଅନ୍ୟ ପାଞ୍ଚ ଜଣ କର୍ମଚାରୀଙ୍କ ବିରୋଧରେ ଏଫଆଇଆର ରୁଜୁ ହୋଇଛି। କପି ରାଇଟ୍ ଉଲ୍ଲଂଘନ ମାମଲାରେ କୋର୍ଟଙ୍କ ଆଦେଶକ୍ରମେ ସଭିଙ୍କ ବିରୋଧରେ ମୁମ୍ବାଇ ପୋଲିସରେ ଏତଲା ଦାୟର କରାଯାଇଛି। ପୋଲିସ ଅନୁଯାୟୀ, ମାଜିଷ୍ଟ୍ରେଟ୍ ଅଦାଲତଙ୍କ ଆଦେଶରେ ମଙ୍ଗଳବାର ସନ୍ଧ୍ୟାରେ ଉପନଗରୀୟ ଅନ୍ଧେରିର ଏମଆଇଡିସି ପୋଲିସ ଥାନାରେ ମାମଲା ରୁଜୁ କରାଯାଇଛି। ଫିଲ୍ମ ନିର୍ଦ୍ଦେଶକ ତଥା ନିର୍ମାତା ସୁନୀଲ ଦର୍ଶନ କଥିତ କପି ରାଇଟ୍ ଉଲ୍ଲଂଘନ ଅଭିଯୋଗ ଲଗାଇ ଗୁଗଲ ଏବଂ ଏହାର ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁରୋଧ କରିଥିଲେ। ସେ ଅଭିଯୋଗ କରିଥିଲେ ଯେ, ଗୁଗଲ ଅଣ ପଞ୍ଜିକୃତ ବ୍ୟକ୍ତିଙ୍କୁ ତାଙ୍କର ଫିଲ୍ମ ‘ଏକ ହସିନା ଥି ଏକ ଦିଓ୍ଵାନା ଥା’କୁ ୟୁଟ୍ୟୁବ୍ରେ ଅପଲୋଡ୍ କରିବାକୁ ଅନୁମତି ଦେଇଥିଲା। ପୋଲିଏ ଏହି ମାମଲାରେ ତଦନ୍ତ ଆରମ୍ଭ କରି ଦେଇଛି।

ଅଭିଯୋଗକାରୀଙ୍କ ମତରେ ଗୁଗଲର ଏହି ପଦକ୍ଷେପ କାରଣରୁ ତାଙ୍କ ଲୋକ ଏବଂ ନିର୍ମାତାଙ୍କୁ କୋଟି କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି। ନିର୍ମାତାଙ୍କ ଅଭିଯୋଗକ୍ରମେ ସୁନ୍ଦର ପିଚାଇଙ୍କ ବ୍ୟତୀତ ଗୌତମ ଆନନ୍ଦ ୟୁଟ୍ୟୁବର ଏମଡି ସମେତ ଗୁଗଲର ଅନ୍ୟ ଅଧିକାରୀଙ୍କ ବିରୋଧରେ କପି ରାଇଟ୍ର ଧାରା ୫୧, ୬୩ ଏବଂ ୬୯ ଆଧାରରେ ମାମଲା ରୁଜୁ କରାଯାଇଛି। ଏହା ପୂର୍ବରୁ ମଙ୍ଗଳବାର ସନ୍ଧ୍ୟାରେ ସୁନ୍ଦର ପିଚାଇଙ୍କୁ ପଦ୍ମ ଭୂଷଣ ସମ୍ମାନ ଦେବାକୁ ଘୋଷଣା କରାଯାଇଥିଲା। ସମ୍ମାନ ମିଳିବାର ଘୋଷଣାର ଗୋଟିଏ ଦିନ ପରେ ସୁନ୍ଦର ପିଚାଇଙ୍କ ବିରୋଧରେ କେସ୍ ରୁଜୁ କରାଯାଇଛି। ପିଚାଇ ୨୦୧୪ରେ ଗୁଗଲର ସିଇଓ ଦାୟିତ୍ଵ ସମ୍ଭାଳିଥିଲେ।

Get real time updates directly on you device, subscribe now.