fbpx

ରେଲୱେ ଟ୍ରାକ୍ ଉଡାଇଦେଲେ ମାଓବାଦୀ: ବଦଳିଲା ଏକାଧିକ ଟ୍ରେନର ଗତିପଥ

ନୂଆଦିଲ୍ଲୀ: ଗତକାଲି ବିଳମ୍ବିତ ରାତିରେ ଝାଡଖଣ୍ଟରେ ମାଓବାଦୀଙ୍କ ବର୍ବର କାଣ୍ଡ ଦେଖିବାକୁ ମିଳିଛି । ମାଓବାଦୀମାନେ ରେଳ ଟ୍ରାକକୁ ଉଡାଇ ଦେଇଛନ୍ତି । ଝାଡଖଣ୍ଡର ଗିରିଡିହ ନିକଟରେ ମାଓବାଦୀଙ୍କ ପକ୍ଷରୁ ଏଭଳି ଆଇଡି ବିସ୍ଫୋରଣ କରାଯାଇଛି । ରାତି ପ୍ରାୟ ୧୨ଟା ୩୪ରେ ଧାନବାଦ ଡିଭିଜନର କରମାବାଦ୍-ଚିଚାକି ଷ୍ଟେସନ ମଧ୍ୟରେ ଏହି ବିସ୍ଫୋରଣ ହୋଇଛି ।

ଏହି ଖବର ପାଇବା ପରେ ସୁରକ୍ଷା ଦୃଷ୍ଟିରୁ ରେଲୱେ କର୍ତ୍ତୃପକ୍ଷ ହାୱଡା-ଗୟା-ଦିଲ୍ଲୀ ରେଳପଥରେ ସମସ୍ତ ଟ୍ରେନ୍ ଚଳାଚଳକୁ ବନ୍ଦ କରିଦେଇଛନ୍ତି । ସେହିପରି କେତେକ ଟ୍ରେନର ଗତିପଥକୁ ବଦଳାଇ ଦିଆଯାଇଛି ।
ଅନ୍ୟପଟେ ମାଓବାଦୀଙ୍କ ପକ୍ଷରୁ ଗୁରୁବାର ବିହାର ଏବଂ ଝାଡଖଣ୍ଡ ବନ୍ଦ ଘୋଷଣା କରାଯାଇଛି । ଏହା ଅନ୍ତର୍ଗତ ଏଭଳି ବିସ୍ଫୋରଣ ହୋଇଥିବା ସ୍ଥାନୀୟ ପୋଲିସ୍ ପକ୍ଷରୁ କୁହାଯାଇଛି ।

ପୂର୍ବ କେନ୍ଦ୍ରୀୟ ରେଳବାଇ ସିପିଆରଓ ରାଜେଶ କୁମାରଙ୍କ ଅନୁଯାୟୀ ପେଟ୍ରୋଲମ୍ୟାନ ଗୌରବ ରାଜ ଏବଂ ରୋହିତ୍ କୁମାର ସିଂ ଚିଚାକାର ଷ୍ଟେସନ ମାଷ୍ଟରଙ୍କୁ ଏହି ସମ୍ପର୍କରେ ସୂଚନା ଦେଇଥିଲେ । ପରେ ଦିଲ୍ଲୀ ଓ ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ୍ ସମେତ ବହୁ ଟ୍ରେନର ଗତିପଥକୁ ପରିବର୍ତ୍ତନ କରାଯାଇଛି । ଟ୍ରାକ୍ ମରାମତି କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଜାରି ରହିଛି । ବିସ୍ଫୋରଣ ସ୍ଥଳରୁ ମାଓବାଦୀଙ୍କ ପୋଷ୍ଟର ଜବତ କରାଯାଇଛି ।

Get real time updates directly on you device, subscribe now.