fbpx

ବରଣମାଳ ଫୋପାଡ଼ିବାରୁ ବର ଉପରେ ରାଗି ଯାଇ ବିବାହ କରିବାକୁ ମନା କରିଦେଲେ କନ୍ୟା

ନୂଆଦିଲ୍ଲୀ: ବରର ବ୍ୟବହାରରେ କନ୍ୟା ଅତିଷ୍ଠ ହୋଇ ବିବାହ କରିବାକୁ ମନା କରିଦେଲା କନ୍ୟା । ଏହିଭଳି ଏକ ଘଟଣା ଉତ୍ତରପ୍ରଦେଶର ଔରୟା ଜିଲ୍ଲାରୁ ସାମନାକୁ ଆସିଛି । କୌଣସି ଏକ କାରଣରୁ ବରଣମାଳ ସମୟରେ ବର ବେକରୁ ବରଣମାଳ କାଢ଼ି ଫୋପାଡ଼ି ଦେଇଥିଲା । ଏହିଭଳି ବ୍ୟବହାରରେ ରାଗିଯାଇ କନ୍ୟା ବିବାହ କରିବାକୁ ସଫା ସଫା ମନାକରିଦେଇଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ବିବାହ ଉତ୍ସବରେ ଏହି କାରଣରୁ ହଙ୍ଗାମା ହୋଇଥିବା ଜଣାପଡ଼ିଛି ।

ଏହି କାରଣରୁ ଦୁଇ ପରିବାର ମଧ୍ୟରେ ଖୁବ୍ ଜୋରରେ ଝଗଡ଼ା ଆରମ୍ଭ ହୋଇଯାଇଥିଲା । ଏହାପରେ ସମ୍ପର୍କିୟ ମାନେ କନ୍ୟାକୁ ବିବାହ କରିବାକୁ ଖୁବ୍ ବୁଝାଇଥିଲେ । ହେଲେ କନ୍ୟା ବିବାହ କରିବାକୁ ଆଦୌ ରାଜି ହୋଇନଥିଲେ । କନ୍ୟା ନିଜର ନିଷ୍ପତ୍ତି ବଦଳାଇବାକୁ ମନା କରିଦେଇଥିଲେ । ତେବେ ଏହି ଘଟଣା ଘଟିବା ସମୟରେ ବର ପରିବାର ଲୋକେ ଖାଇବା ପାଇଁ ଚାଲିଯାଇଥିଲେ । ତେବେ ଆକାଶ(ବର)ଙ୍କ କହିବା କଥା ଯେ, ସେ ବରଣମାଳ ଫୋପାଡ଼ି ନାହାନ୍ତି ।

Get real time updates directly on you device, subscribe now.