fbpx

କରୋନା ପରେ ଏବେ ଆଉ ଏକ ଭାଇରସ ଚିନ୍ତା, ମଣିଷଙ୍କ ଠାରେ ସଂକ୍ରମଣ ଭୟ!

ନୂଆଦିଲ୍ଲୀ: କରୋନା ଭାଇରସର ବିଭିନ୍ନ ଭାରିଆଣ୍ଟକୁ ସମଗ୍ର ବିଶ୍ୱ ଚିନ୍ତିତ । ଆଉ ଏହି ସମୟରେ ଏକ ନୂଆ ଭାଇରସ ସାମ୍ନାକୁ ଆସିଛି । କୁହାଯାଉଛି ଯେ ଏହା କରୋନା ଅପେକ୍ଷା ଅଧିକ ବିପଜ୍ଜନକ ଅଟେ  । ବଡ଼ କଥା ହେଉଛି ଚାଇନାର ଉହାନ୍ ଲ୍ୟାବର ବୈଜ୍ଞାନିକମାନେ ଏହି ଭାଇରସ ବିଷୟରେ ଚେତାବନୀ ଦେଇଛନ୍ତି । ନଭେମ୍ବର ୨୦୧୯ ରେ ଉହାନରେ କରୋନାର ପ୍ରଥମ ମାମଲା ରିପୋର୍ଟ କରାଯାଇଥିଲା  ।

ରିପୋର୍ଟ ଅନୁଯାୟୀ ନୂଆ ଭାଇରସ ସାଉଥ ଆଫ୍ରିକାରୁ ମିଳିଛି । କୁହାଯାଉଛି ଏହି ଭାଇରସ ଦ୍ୱାରା ସଂକ୍ରମିତ ହେଉଥିବା ୩ ଜଣକ ମଧ୍ୟରୁ ଜଣକର ମୃତ୍ୟୁ ହେଉଛି । ଏହା ସହ ଏହି ଭାଇରସ ଅଧିକ ସଂକ୍ରମଣ ମଧ୍ୟ ସଂକ୍ରମଣ ବ୍ୟାପୁଛି । ଏହି ନୂଆ ଭାଇରସର ନାମ NeoCov ନାମ ଦିଆଯାଇଛି । ରିପୋର୍ଟ ଅନୁଯାୟୀ ଏହି ଭାଇରସ ଏବେ ଦକ୍ଷିଣ ଆଫ୍ରିକା ରେ ବାଦୁଡ଼ିଙ୍କ ଠାରେ ଦେଖାଯାଇଛି । ତେବେ ଏହା ଏବେ ପଶୁଙ୍କ ଠାରେ ହିଁ ବ୍ୟାପୁଥିବାର ଜଣାପଡ଼ିଛି । କିନ୍ତୁ ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଏହା ମଣିଷଙ୍କ ମଧ୍ୟରେ ବ୍ୟାପିପାରେ ।

ଉହାନର ବୈଜ୍ଞାନିକଙ୍କ ଅନୁଯାୟୀ ଭାଇରସକୁ ମଣିଷ ଶରୀରରେ ପ୍ରବେଶ କରିବା ପାଇଁ କେବଳ ଗୋଟିଏ ମ୍ୟୁଟେସନର ଆବଶ୍ୟକତା ରହିଥାଏ । ନୋବେଲ କରୋନା ଭାଇରସ ACE2 ରିସେପ୍ଟରକୁ ଖରାପ କରିଦେଇଥାଏ । ଫଳରେ ଆଣ୍ଟିବଡ଼ି ନଥିବା କିମ୍ବା ଶ୍ୱାସ ରୋଗରେ ଆକ୍ରାନ୍ତ ବ୍ୟକ୍ତିମାନେ ନିଓକୋଭକୁ ଏଡ଼ାଇବାକୁ ସମର୍ଥ ହେବେନାହିଁ ।

ସେପଟେ ଋଷର ନ୍ୟୁଜ୍ ଏଜେନ୍ସୀ ସ୍ପୁଟ୍ନିକ ମୁତାବିକ ନିଓକୋଭ କୌଣସି ନୂଆ ଭାଇରସ ନୁହେଁ । ଏହା MERS-COV ଭାଇରସ ସହ ଜଡ଼ିତ । ଯାହା ସର୍ବପ୍ରଥମେ ୨୦୧୨ ଏବଂ ୨୦୧୫ ରେ ମଧ୍ୟ ପୂର୍ବ ଦେଶରେ ହୋଇଥିଲା । ଏହା ମଧ୍ୟ SARS-CoV-2 ଭଳି, ଯାହା ମଣିଷଙ୍କ ମଧ୍ୟରେ ବ୍ୟାପିଥାଏ ।

Get real time updates directly on you device, subscribe now.