fbpx

ପିଆଜ ଖାଇବା ପରେ ପାଟିରୁ ଆସୁଥିବା ଗନ୍ଧକୁ ନେଇ ଚିନ୍ତିତ କି? ଆପଣାନ୍ତୁ ଏହି ଉପାୟ

ଅନେକ ଲୋକ କଞ୍ଚା ପିଆଜ ଖାଇବା ପସନ୍ଦ କରନ୍ତି । କଞ୍ଚା ପିଆଜ ଖାଇବା ଦ୍ୱାରା ପାଟିରୁ ପିଆଜର ଗନ୍ଧ ବାହାରିଥାଏ, ଯାହାକି ଅନ୍ୟମାନଙ୍କ ସାମ୍ନାରେ ଲଜ୍ଜାର କାରଣ ପାଲଟିଥାଏ । ଏହି ଗନ୍ଧ ଯୋଗୁଁ ଅନେକ ଥର ଲୋକମାନେ ଅନ୍ୟମାନଙ୍କ ସାମ୍ନାରେ ମୁହଁ ଖୋଲିବାରେ ଲଜ୍ଜା ଅନୁଭବ କରନ୍ତି । ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଆପଣ କିଛି ଘରୋଇ ଉପଚାରର ସାହାଯ୍ୟ ନେଇପାରିବେ । ଏହି ଉପଚାର ଆପଣଙ୍କ ପାଟିରୁ ପିଆଜର ଗନ୍ଧକୁ ହ୍ରାସ କରିବା ସହ ପାଟିର ସ୍ୱାସ୍ଥ୍ୟ ପାଇଁ ଭଲ ସାବ୍ୟସ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହିପରି କିଛି ଉପଚାର…

ସେଓ
ପିଆଜ ଖାଇବା ପରେ ସେଓ ଖାଇବା ଆପଣଙ୍କ ପାଇଁ ଲାଭଦାୟକ । ସେଓରେ ଥିବା ଏନଜାଇମଗୁଡ଼ିକ ପିଆଜ-ରସୁଣର ସଲଫର କମ୍ପାଉଣ୍ଡକୁ ଭାଙ୍ଗି ଦେଇପାରେ, ଯାହା ମୁହଁର ଖରାପ ଗନ୍ଧରୁ ମୁକ୍ତି ଦେଇପାରେ ।

ଉଷୁମ ପାଣି
ପିଆଜ ଏବଂ ରସୁଣ ଗନ୍ଧରୁ ତୁରନ୍ତ ମୁକ୍ତି ପାଇବା ପାଇଁ ସବୁଠାରୁ ସହଜ ଓ ପ୍ରଭାବଶାଳୀ ଉପାୟ ହେଉଛି ଉଷୁମ ପାଣି ପିଇବା । ଏହା ପାଟିରେ ଥିବା ଜୀବାଣୁ ଓ ବିଷାକ୍ତ ପଦାର୍ଥରୁ ମୁକ୍ତି ଦେବା ସହ ଦୁର୍ଗନ୍ଧ ଦୂର କରିଥାଏ ।

କ୍ଷୀର
ବିଶେଷଜ୍ଞଙ୍କ ଅନୁସାରେ, ପିଆଜ କିମ୍ବା ରସୁଣର ଗନ୍ଧକୁ ଶୀଘ୍ର ହ୍ରାସ କରିପାରେ କ୍ଷୀର । କିନ୍ତୁ ପିଆଜ-ରସୁଣ ଖାଇବା ଓ ପରେ କ୍ଷୀର ପିଇବା ମଧ୍ୟରେ ଅତି କମରେ ୧୫-୨୦ ମିନିଟର ବ୍ୟବଧାନ ରହିବା ଆବଶ୍ୟକ ।

ଲେମ୍ବୁ
ଲେମ୍ବୁରେ ଥିବା ସାଇଟ୍ରିକ୍ ଏସିଡ୍ ଓ ଏହାର ଆଣ୍ଟିବ୍ୟାକ୍ଟେରିଆଲ୍ ଗୁଣ ପିଆଜ ଓ ରସୁଣର ଗନ୍ଧ ଦୂର କରିବାରେ ଅତ୍ୟନ୍ତ ପ୍ରଭାବଶାଳୀ । ଏଥିପାଇଁ ଲେମ୍ବୁ ରସକୁ ଏକ ଗ୍ଲାସ ଉଷୁମ ପାଣିରେ ମିଶାନ୍ତୁ ଏବଂ ଖାଇବାର ୧୫ ମିନିଟ ପରେ ଏହି ପାଣିରେ ୩ ରୁ ୪ ଥର ଗାର୍ଗଲ କରନ୍ତୁ ।

ପୁଦିନା
ପୁଦିନାରେ କ୍ଲୋରୋଫିଲ୍ ଥାଏ ଯାହା ପାଟିରେ ଥିବା ଜୀବାଣୁ ଓ ପିଆଜରେ ଥିବା ସଲଫରକୁ ହ୍ରାସ କରିଥାଏ ଓ ପାଟିରୁ ପିଆଜର ଗନ୍ଧ ବନ୍ଦ କରିଥାଏ । ଖାଦ୍ୟ ଖାଇବା କିମ୍ବା ପିଆଜ ଖାଇବା ପରେ ଆପଣ ପୁଦିନା ରସ କିମ୍ବା ଏହାର ପତ୍ର ଖାଇପାରିବେ ।

ଗ୍ରୀନ ଟି’
ଗ୍ରୀନ୍ ଟି ମଧ୍ୟ ଏକ ହର୍ବାଲ୍ ଡ୍ରିଙ୍କ୍ ଭାବରେ ବିବେଚନା କରାଯାଏ । ଖାଇବା ପରେ ଗ୍ରୀନ୍ ଟି ସେବନ ଦ୍ୱାରା ହଜମରେ ସାହାଯ୍ୟ ମିଳିଥାଏ ଓ ପାଟିର ଖରାପ ଗନ୍ଧ ଦୂର ହୋଇଥାଏ । ଏହା ସହିତ ଆପଣ ପାଟିର ଦୁର୍ଗନ୍ଧ ଦୂର କରିବା ପାଇଁ ଗୁଜୁରାତି ମଧ୍ୟ ଖାଇପାରିବେ ।

Get real time updates directly on you device, subscribe now.