fbpx

ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଜନତାଙ୍କୁ ଦେଇପାରନ୍ତି ଏହି ୬ଟି ସରପ୍ରାଇଜ୍

ନୂଆଦିଲ୍ଲୀ: ଗତବର୍ଷ ଦୁଇବର୍ଷ ଧରି କୋଭିଡ୍ ଓ ମହଙ୍ଗା ମାଡ଼ ସାଧାରଣ ଜନତାଙ୍କ ପାଇଁ ଅସହ୍ୟ ହୋଇପଡ଼ିଛି । ତେବେ ଏପରି ସ୍ଥିତିରେ ଆସନ୍ତା ଫେବୃଆରୀ ୧ ତାରିଖରେ ସାଧାରଣ ବଜେଟ୍ ଆଗତ ହେବାକୁ ଯାଉଛି । ତେଣୁ ଚଳିତ ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଜନତାଙ୍କୁ ମହଙ୍ଗାରୁ ରକ୍ଷା ପାଇବା ପାଇଁ କିଛିଟା ସରପ୍ରାଇଜ୍ ଦେଇପାରନ୍ତି । ତେଣୁ ସମସ୍ତେ ଏହି ବଜେଟକୁ ଉତ୍ସୁକତାର ସହ ଚାହିଁ ରହିଛନ୍ତି । ତେବେ ବଜେଟରେ ଦେଶର ନାଗରିକଙ୍କ ପାଇଁ ଏହି ୬ଟି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇପାରେ ବୋଲି ସୂତ୍ରରୁ ଜଣାପଡ଼ିଛି ।

୧- ଆୟକରର ନୂଆ ସ୍ଲାବକୁ ଆକର୍ଷକ କରିବା ପାଇଁ ଏଥିରେ ହାଇ ଇନକମ ସୀମା ୧୫ ଲକ୍ଷରୁ ୨୦ ଲକ୍ଷ କରାଯାଇପାରେ । ଏଥିସହ ହୋମ ଲୋନ ଉପରେ ମିଳୁଥିବା ଛାଡ଼ ଉପରେ ମଧ୍ୟ ନୂଆ ସ୍ଲାବ ସାମିଲ କରାଯାଇପାରେ ।

୨- ପିପିଏଫ୍ ପରି ଯୋଜନାରେ ବାର୍ଷିକ ଜମାର ସୀମାକୁ ଦୁଇଗୁଣା ବୃଦ୍ଧି କରାଯାଇପାରେ । ଏଥିରେ ସର୍ବାଧିକ ଜମା ୧.୫ ଲକ୍ଷ ରହିଥିବା ବେଳେ ଏହା ୩ ଲକ୍ଷକୁ ବଢ଼ିପାରେ ।

୩- କରୋନା ସମୟରେ ସ୍ୱାସ୍ଥ୍ୟସେବାର ଖର୍ଚ୍ଚ ବହୁତ ବଢ଼ିଯାଇଥିବାରୁ ସ୍ୱାସ୍ଥ୍ୟ ବୀମାରେ ମିଳୁଥିବା ଟ୍ୟାକ୍ସ ଛାଡ଼କୁ ସରକାର ବଢ଼ାଇ ପାରନ୍ତି । ଏହାଦ୍ୱାରା ଜନତାଙ୍କୁ ଆଶ୍ୱସ୍ତି ମିଳିବା ସହ ସ୍ୱାସ୍ଥ୍ୟ ବୀମା କମ୍ପାନୀଗୁଡ଼ିକର ଦାବି ମଧ୍ୟ ପୂରଣ ହୋଇଯିବ ।

୪- ଅଧିକାଂଶ କମ୍ପାନୀମାନେ କୋଭିଡ୍ ସମୟରେ କର୍ମଚାରୀଙ୍କୁ ୱାର୍କ ଫ୍ରମ ହୋମ୍ କରାଉଛନ୍ତି । ଏପରିସ୍ଥଳେ କର୍ମଚାରୀଙ୍କର ଇଣ୍ଟରନେଟ, ଇଲେକ୍ଟ୍ରୋନିକ୍ସ ସାମଗ୍ରୀ ଆଦି ଖର୍ଚ୍ଚ ବଢ଼ିଯାଇଛି । ତେଣୁ ୱାର୍କ ଫ୍ରମ୍ ହୋମ୍ ଉପରେ ସରକାର ଅତିରିକ୍ତ ଖର୍ଚ୍ଚ ପାଇଁ ଅଲଗା ଛାଡ଼ କରିପାରନ୍ତି ।

୫- ସରକାର ଚଳିତ ଥର ରେଳ ଭଡ଼ା ବୃଦ୍ଧି କରିନପାରନ୍ତି । ଗତବର୍ଷ ରେଳ ମାଲଭଡ଼ାରୁ ସରକାରଙ୍କୁ ପ୍ରାୟ ୨୫ ପ୍ରତିଶତ ଅଧିକ ମୁନାଫା ମିଳିଥିବାରୁ ଏହା ଉପରେ କୌଣସି ବୋଝ ନାହିଁ ।

୬- ଦେଶର ଗରିବ ଓ ମଜଦୁରଙ୍କ ସାମାଜିକ ସୁରକ୍ଷାକୁ ମଜବୁତ ପାଇଁ ସରକାର ଯୋଜନା ଆଣିପାରନ୍ତି । ଶ୍ରମ ପୋର୍ଟାଲ ମାଧ୍ୟମରେ ସରକାର ମଜଦୁରଙ୍କ ଡାଟା ସଂଗ୍ରହ କରୁଥିବା ବେଳେ କିଷାନଙ୍କୁ ସିଧାସଳଖ ଅର୍ଥ ପ୍ରେରଣ କରିପାରନ୍ତି ।

Get real time updates directly on you device, subscribe now.