fbpx

କେଉଁ ଇଣ୍ଡିଆନ୍ ବ୍ୟାଟ୍ସମ୍ୟାନ୍ ଗୋଟିଏ ଓଭରରେ କରିଛନ୍ତି ସର୍ବାଧିକ ରନ୍: ଦେଖନ୍ତୁ ଲିଷ୍ଟ

ନୂଆଦିଲ୍ଲୀ: ଭାରତରେ ବିଶ୍ୱର ଅନେକ ନାମିଦାମୀ ବ୍ୟାଟ୍ସମ୍ୟାନ ରହିଛନ୍ତି । ଦିନିକିଆ, ଟେଷ୍ଟ ଓ ଟି-୨୦ ଫର୍ମାଟରେ ଅନେକ ଖେଳାଳି ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି । ସର୍ବାଧିକ, ଶତକ ଓ ଅର୍ଦ୍ଧଶତକ, ୱିକେଟ ଆଦିରେ ମଧ୍ୟ ଭାରତୀୟ ଖେଳାଳିଙ୍କ ସ୍ଥାନ ଉପରେ ରହିଛି । ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର, ସୌରଭ ଗାଙ୍ଗୁଲି, ମହେନ୍ଦ୍ର ସିଂହ ଧୋନୀ, ଯୁବରାଜ ସିଂହ, ବିରାଟ କୋହଲି, ରୋହିତ ଶର୍ମା ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ଶାନଦାନ ପ୍ରଦର୍ଶନକୁ ଦର୍ଶକ କେବେ ବି ଭୁଲି ପାରିବେ ନାହିଁ । ତେବେ ଯଦି ଗୋଟିଏ ଓଭରରେ ସର୍ବାଧିକ ରନ କଥା ବିଚାରକୁ ନେବା, ଏଥିରେ ୪ ଜଣଙ୍କ ନାମ ସାମ୍ନାକୁ ଆସୁଛି ।

୧- ଶ୍ରେୟସ ଆୟର: କିଛି ବର୍ଷ ପୂର୍ବରୁ ଟିମ୍ ଇଣ୍ଡିଆର ଅଂଶୀଦାର ପାଲଟିଥିବା ଶ୍ରେୟସ ଜଣେ କ୍ଲାସିକ ବ୍ୟାଟ୍ସମ୍ୟାନ । ତାଙ୍କର ବ୍ୟାଟିଂକୁ ବିଶ୍ୱର ଅନେକ ଶ୍ରେଷ୍ଠ ବୋଲର ପ୍ରଶଂସା କରିଥାନ୍ତି । ଗତ ୨୦୧୯ରେ ବିଶାଖାପଟନମରେ ୱେଷ୍ଟଇଣ୍ଡିଜ ବିପକ୍ଷରେ ଶ୍ରେୟସ ଗୋଟିଏ ଓଭରରେ ୩୧ ରନ୍ ସଂଗ୍ରହ କରିଥିଲେ । ସେ ଉକ୍ତ ମ୍ୟାଚରେ ୩୨ଟି ବଲରେ ୫୩ ରନ୍ କରିଥିଲେ ।

୨- ସଚିନ ତେନ୍ଦୁଲକର: ସଚିନଙ୍କ ରେକର୍ଡ ବିଷୟରେ କାହାକୁ ଅଜଣା ନଥିଲେ ହେଁ ସେ ଗୋଟିଏ ଓଭରରେ ସର୍ବାଧିକ ରନ୍ ତାଲିକାରେ ସ୍ଥାନ ପାଇଛନ୍ତି । ସେ ଗତ ୧୯୯ରେ ହାଇଦ୍ରାବାଦରେ ନ୍ୟୁଜିଲାଣ୍ଡ ବିପକ୍ଷରେ ୪ଟି ଛକା ଲଗାଇ ଗୋଟିଏ ଓଭରରେ ୨୮ ରନ୍ କରିଥିଲେ । ଉକ୍ତ ମ୍ୟାଚରେ ସେ ୧୫୦ଟି ବଲରେ ୧୮୬ ରନର ପାଳି ଖେଳି ରେକର୍ଡ ସ୍ଥାପନ କରିଥିଲେ ।

୩- ଜାହିର ଖାନ: ଜାହିର ଜଣେ ପେସ୍ ବୋଲର ହୋଇଥିଲେ ହେଁ ଏହି ରେକର୍ଡ ଘରେ ତାଙ୍କର ନାମ ରହିଛି । ସେ ୨୦୦୦ରେ ଯୋଧପୁରରେ ଜିମ୍ବାୱେ ବିପକ୍ଷରେ ଗୋଟିଏ ଓଭରରେ ୪ଟି ଛକା ଲଗାଇ ମୋଟ ୨୭ ରନ୍ ସଂଗ୍ରହ କରିଥିଲେ । ହେନେରୀ ଓଲଙ୍ଗାଙ୍କୁ ଏହି ପ୍ରହାର କରି ସେ ସମୟରେ ଜାହିର ଚର୍ଚ୍ଚାକୁ ଆସିଥିଲେ ।

୪- ବିରେନ୍ଦ୍ର ସେହୱାଗ: ସେହୱାଗଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ବିଷୟରେ ସମସ୍ତେ ଜାଣନ୍ତି । ସେ ଗତ ୨୦୦୫ରେ ଶ୍ରୀଲଙ୍କା ବିପକ୍ଷରେ ଗୋଟିଏ ଓଭରରେ ୨୬ ରନ୍ କୁଟିଥିଲେ, ଯେଉଁଥିରେ କି ୫ଟି ଚୌକା ଓ ଗୋଟିଏ ଛକା ସାମିଲ୍ ଥିଲା ।

Get real time updates directly on you device, subscribe now.