fbpx

ଏଣିକି ପରିଚୟ ପତ୍ର ପାଇଁ ହେବ ଗୋଟିଏ ୟୁନିକ୍ ID, ଆଇଟି ମନ୍ତ୍ରାଳୟର ନୂଆ ଯୋଜନା

ନୂଆଦିଲ୍ଲୀ: ଆଇଟି ମନ୍ତ୍ରାଳୟ ପକ୍ଷରୁ ବର୍ତ୍ତମାନ ଏପରି ଏକ ୟୁନିକ୍ ଡିଜିଟାଲ୍ ଆଇଡି ଆସିବାକୁ ଯାଉଛି ଯେଉଁଥିରେ ଆପଣଙ୍କର ସମସ୍ତ ଆଇଡିର ଲିଙ୍କ ରହିଥିବ । ଏହି ଆଇଡି ଆସିବା ପରେ ଆପଣଙ୍କୁ ଆଉ ସମସ୍ତ ପରିଚୟ ପତ୍ର ସର୍ବଦା ନିଜ ପାଖରେ ରଖିବାକୁ ପଡ଼ିବ ନାହିଁ । ଏଥିପାଇଁ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରଣାଳୟ ଫେଡେରେଟେଡ୍ ଡିଜିଟାଲ୍ ଆଇଡିର ଏକ ନୂତନ ମଡେଲ୍ ପାଇଁ ପରାମର୍ଶ ଦେଇଛି । ଏହା ଅଧୀନରେ, ନାଗରିକମାନଙ୍କର ଅନେକ ଡିଜିଟାଲ୍ ଆଇଡି ଇଣ୍ଟରଲିଙ୍କ୍ ହୋଇ ରହିବ । ଏଥିରେ ପାସ୍ ପୋର୍ଟ, ଡ୍ରାଇଭିଂ ଲାଇସେନ୍ସ, ଆଧାର ଓ ପାନ୍ କାର୍ଡ ଲିଙ୍କ୍ ହୋଇରହିବ ।

ପ୍ରସ୍ତାବିତ ଢ଼ାଞ୍ଚା ଅନୁଯାୟୀ ଫେଡେରେଟେଡ୍ ଡିଜିଟାଲ୍ ପରିଚୟ ମଧ୍ୟ ଏକ ରେଜିଷ୍ଟ୍ରିର ଚାବି ଭାବରେ କାର୍ୟ୍ୟ କରିବ । ଯେଉଁଠାରେ ସମସ୍ତ ଅଲଗା ଅଲଗା ରାଜ୍ୟ ଏବଂ କେନ୍ଦ୍ର ସରକାର ଆଇଡି ସଂଗୃହୀତ ହୋଇରହିବ । ନାଗରିକ ପ୍ରାମାଣୀକରଣ ଓ ସହମତି ଯୁକ୍ତ ଇ-କେୱାଇସି ମାଧ୍ୟମରେ ଅନ୍ୟ ଥାର୍ଡ ପାର୍ଟି ସର୍ଭିସ୍ ର ଲାଭ ଉଠାଇବା ପାଇଁ ଡିଜିଟାଲ୍ ଆଇଡି ର ଉପଯୋଗ କରାଯାଇପାରେ ।

Get real time updates directly on you device, subscribe now.