fbpx

ଘରକୁ ସମୃଦ୍ଧି ଆଣିଥାଏ ମନି ପ୍ଲାଣ୍ଟ: କେଉଁ ସ୍ଥାନରେ ଲଗାଇବେ ଜାଣନ୍ତୁ

ଘରେ ଗଛ ଲଗାଇବା କାହାକୁ ପସନ୍ଦ ନୁହେଁ  । ଘରେ ଗଛ ଲଗାଇବା ଦ୍ୱାରା ଘର ସୁନ୍ଦର ଦେଖାଯିବା ସହିତ ସତେଜ ସତେଜ ମଧ୍ୟ ଲାଗେ  । ବହୁ ଲୋକ ଘର ସଜାଇବା ପାଇଁ ମନି ଫ୍ଲାଣ୍ଟ ଲଗାଇଥାନ୍ତି  । କୁହାଯାଏ ମନି ଫ୍ଲଣ୍ଟା ଲଗାଇବା ଦ୍ୱାରା ଘରକୁ ସୁଖ ସମ୍ବୃଦ୍ଧି ଆସିଥାଏ  । ତେବେ ଆପଣ ଏହାକୁ ବାସ୍ତୁଶାସ୍ତ୍ର ଅନୁଯାୟୀ ଲଗାଇଲେ ଆପଣଙ୍କୁ ଐଶ୍ୱର୍ଯ୍ୟପ୍ରାପ୍ତି ହୋଇଥାଏ  । ବାସ୍ତୁଶାସ୍ତ୍ରୀଙ୍କ କହିବା ଅନୁଯାୟୀ ମନି ଫ୍ଲାଣ୍ଟ ଗଛ ଯେତେ ବଢେ଼ ସେହି ଅନୁସାରେ ଘରେ ଆର୍ଥିକ ଉନ୍ନତି ଘଟେ  । କିନ୍ତୁ ଏହାକୁ ଯଦି ଠିକ୍ ଦିଗରେ ଲଗାଯାଏ ତେବେ ଆପଣଙ୍କୁ ଭିକାରି ମଧ୍ୟ କରିଦିଏ  ।

ତେବେ ଜାଣିବା କେଉଁ ଦିଗରେ ଲଗାଇବେ ମନି ଫ୍ଲାଣ୍ଟ  । ଏହାକୁ ଦକ୍ଷିଣ ଦିଗରେ ଲଗାଇବା ଭଲ ହୋଇଥାଏ  । କିନ୍ତୁ ଦକ୍ଷିଣ ପୂର୍ବ ଦିଗରେ ଏହାକୁ ଲଗାଇଲେ ଅଧିକ ଲାଭଦାୟକ ହୋଇଥାଏ  । ତେଣୁ ଘରେ ଦେଖିଦେବା ଉଚିତ୍ ଆପଣ ମନି ଫ୍ଲାଣ୍ଟ କେଉଁ ଦିଗରେ ଲଗାଇଛନ୍ତି  । ମନି ଫ୍ଲାଣ୍ଟକୁ ଘର ଭିତରେ ଲଗାଇବା ଦରକାର  । ଗୁଡ୍ ଲକ୍ ପାଇଁ ଆପଣ ସବୁଜ ରଙ୍ଗର ବୋତଲରେ ଏହାକୁ ଘର ଭିତରେ ଲଗାଇବେ ଓ ଏଥିରେ ପାଣି ଭରିକି ରଖିବେ  ।

ପ୍ରତି ସପ୍ତାହରେ ଥରେ ଉକ୍ତ ପାଣିକୁ ବଦଳାଇବାକୁ ଭୁଲିବେ ନାହିଁ  । ଏହା ବାସ୍ତୁ ହିସାବରେ ଭଲ ଓ ଗଛ ମଧ୍ୟ ଭଲ ବଢେ଼  । ମନି ଫ୍ଲାଣ୍ଟ କେବଳ ଘରକୁ ସମ୍ବୃଦ୍ଧି ଆଣି ନଥାଏ, ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଲାଭଦାୟକ ହୋଇଥାଏ  । ଏହାକୁ ଆପଣ ୱାଇଫାଇର ରାଉଟର ପାଖରେ ଲଗାଇ ପାରିବେ  । ଏହା କରିବା ଦ୍ୱାରା ରେଡିଏସନ କମ୍ ରୁହେ ।

Get real time updates directly on you device, subscribe now.