fbpx

ପାକିସ୍ତାନରେ ତୈଳଦରରେ ନିଆଁ, ପେଟ୍ରାେଲ ମୂଲ୍ୟ ୧୪୭ ପାର୍

ଇସଲାମାବାଦ୍‌: ବଢୁଥିବା ମୁଦ୍ରାସ୍ଫୀତି ମଧ୍ୟରେ ପାକିସ୍ତାନରେ ତେଲ ଦର ମଧ୍ୟ ହୁ ହୁ ହୋଇ ବଢିବାରେ ଲାଗିଛି । ଇମ୍ରାନ ସରକାର ପେଟ୍ରୋଲର ମୂଲ୍ୟ ୩ ଟଙ୍କା ବଢାଇଛନ୍ତି ଯାହା ପରେ ପାକିସ୍ତାନରେ ପେଟ୍ରୋଲ ଲିଟର ପିଛା ୧୪୭.୮୩ ଟଙ୍କାରେ ପହଞ୍ଚିଛି । ଜାନୁଆରୀ ୧୬ରେ ଇମ୍ରାନ ସରକାର ଜାରିକରିଥିବା ବିଜ୍ଞପ୍ତିରେ ପେଟ୍ରୋଲ ବ୍ୟତୀତ ପେଟ୍ରୋଲିୟମ ଉତ୍ପାଦନର ମୂଲ୍ୟ ବୃଦ୍ଧି କରାଯାଇଛି । ଆନ୍ତର୍ଜାତୀୟ ବଜାରରେ ପେଟ୍ରୋଲିୟମ ଦ୍ରବ୍ୟର ମୂଲ୍ୟ ବୃଦ୍ଧି ମଧ୍ୟରେ ମୂଲ୍ୟରେ ଏହି ବୃଦ୍ଧି କରାଯାଇଛି । ହାଇ ସ୍ପିଡ୍‌ ଡିଜେଲ ବର୍ତ୍ତମାନ ଲିଟର ପିଛା ୧୪୪.୬୨ ଟଙ୍କା ହୋଇଛି । ସେହିଭଳି କିରୋସିନ ମୂଲ୍ୟ ୩ ଟଙ୍କା ବଢି ଏବେ ଲିଟର ପିଛା ୧୧୬.୪୮ରେ ପହଞ୍ଚିଛି । ହାଲୁକା ଡିଜେଲ ମୂଲ୍ୟ ମଧ୍ୟ ୩ ଟଙ୍କା ୩୩ ପଇସା ବଢି ଲିଟର ପିଛା ଏବେ ୧୧୪.୫୪ ଟଙ୍କା ହୋଇଛି ।

Get real time updates directly on you device, subscribe now.