fbpx

ବାରମ୍ବାର ଖେଳାଳି ପରିବର୍ତ୍ତନ ନକରି ସମୟ ଦେବା ଦରକାର: ଗୌତମ ଗମ୍ଭୀର

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟର ଟିମ ସିଲେକ୍ସନକୁ ନେଇ ବଡ ବୟାନ ଦେଇଛନ୍ତି ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଗତ ତିନି ବର୍ଷ ଧରି ଜଣେ ଅଲରାଉଣ୍ଡର ପାଇଁ ଟିମ ଇଣ୍ଡିଆରେ ଭାଳେଣି ପଡିଛି । ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିଠିରେ ଆଘାତ ଯୋଗୁଁ ସେ ଗତ ତିନି ବର୍ଷରୁ ବୋଲିଂ କରୁ ନାହାନ୍ତି । ଏହି ଭିତରେ ଅନେକ ଯୁବ ଖେଳାଳିଙ୍କୁ ସୁଯୋଗ ଦିଆଯାଇଛି । କିନ୍ତୁ କୌଣସି କେଳାଳୀ ସନ୍ତୋଷଜନକ ପ୍ରର୍ଦାନ କରି ପାରି ନାହାନ୍ତି । ଫଳରେ ଦଳରୁ ବାଦ ପଡିବା ସାର ହେଉଛି ।

ଭିନ୍ନ ଫର୍ମାଟରେ ଅନେକ କେଳାଳିଙ୍କୁ ସୁଯୋଗ ଦେଇଛି ଟିମ ଇଣ୍ଡିଆ । ଅନେକ ଖେଳାଳିଙ୍କୁ ନେଇ ହୋଇଛି ପରୀକ୍ଷାନୀରିକ୍ଷା । କିନ୍ତୁ କପିଳ ଦେବଙ୍କ ପରେ ଜଣେ ଦମଦାର ଅଲରାଉଣ୍ଡର ସୃଷ୍ଟି ହୋଇ ପାରୁନାହାନ୍ତି । ତେବେ ଏଥିପାଇଁ ବିସିସିଆଇ ଚୟନକର୍ତ୍ତାଙ୍କୁ ଦାୟୀ କରିଛନ୍ତି ଗୌତମ । କୌଣସି ଖେଳାଳିଙ୍କର ପ୍ରଦର୍ଶନ ସାମାନ୍ୟ ଖରାପ ରହିଲେ ତାଙ୍କୁ ଦଳରୁ ବାଦ ଦିଆଯାଇ ଅନ୍ୟ ଖେଳାଳିଙ୍କୁ ସୁଯୋଗ ଦିଆଯାଉଛି । ଯେଉଁଥିପାଇଁ ଦଳ ଜଣେ ଦକ୍ଷ ଅଲରାଉଣ୍ଡର ସୃଷ୍ଟି କରିବାରେ ବିଫଳ ହୋଇଛି । ବିଜୟ ଶଙ୍କରଙ୍କଠାରୁ ଆରମ୍ଭ କରି ଶିଭମ ଦୁବେ ଏବଂ ଭେଙ୍କଟେଶ ଆୟର । ସମସ୍ତ ଖେଳାଳି ଏହି ଭିତରେ ପେଶି ହୋଇ ଯାଇଛନ୍ତି । ଭେଙ୍କଟେଶଙ୍କୁ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜ ପାଇଁ ଚୟନ କରାଯାଇଥିଲା । ତେବେ ପ୍ରଥମ ମ୍ୟାଚରେ ସେ ବୋଲିଂ କରି ନତିବା ବେଳେ ଦ୍ୱିତୀୟ ମ୍ୟାଚରେ ଖରାପ ପ୍ରଦର୍ଶନ ତାଙ୍କୁ ତୃତୀୟ ମ୍ୟାଚରୁ ବାଦ ପକାଇଥିଲା । ଏହାପରେ ୱେଷ୍ଟଇଣ୍ଡିଜ ବିପକ୍ଷ ସିରିଜ ପାଇଁ ମଧ୍ୟ ତାଙ୍କୁ ଦଳରେ ସାମିଲ କରାଯାଇନାହିଁ ।

ତେବେ ଖେଳାଳିମାନଙ୍କୁ ଏମିତି ଡ୍ରପ କରିବା ପରିବର୍ତ୍ତେ ସେମାନଙ୍କୁ ସମୟ ଦେବା ପାଇଁ ପରାମର୍ଶ ଦେଇଛନ୍ତି ଗୌତମ । ଜଣେ ଖେଳାଳି ନିଜର ସ୍ଥିତିକୁ ମଜବୁତ କରିବା ପାଇଁ ଯଥେଷ୍ଟ ସମୟ ଦରକାର । ଫଳରେ ସେମାନଭ୍କ ନିକଟରୁ ଉତ୍ତମ ପ୍ରଦର୍ଶନ ମିଳି ପାରିବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି ।

Get real time updates directly on you device, subscribe now.