fbpx

୧ ଏପ୍ରିଲରୁ ବଦଳିବ ନିୟମ: ପ୍ରପର୍ଟି କିଣା-ବିକା ଉପରେ ଟିଡିସ ନିୟମରେ ହେଲା ପରିବର୍ତ୍ତନ

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ବଜେଟରେ ଅଣ-କୃଷିଭିତ୍ତିକ ଅସ୍ଥାବର ସମ୍ପତ୍ତିର କାରବାର ସହ ଜଡ଼ିତ ଟିଡିଏସ ନିୟମରେ ପରିବର୍ତ୍ତନ କରାଯାଇଛି । ନୂଆ ନିୟମ ଅନୁଯାୟୀ, ୫୦ ଲକ୍ଷରୁ ଅଧିକ ମୂଲ୍ୟର ଅଣ-କୃଷିଭିତ୍ତିକ ଜମିର କାରବାର ଉପରେ ଏବେ ବିକ୍ରି ମୂଲ୍ୟ କିମ୍ବା ଷ୍ଟାମ୍ପ ଡ୍ୟୁଟି ଭ୍ୟାଲ୍ୟୁ ଯାହା ଅଧିକ ହେବ ତାହା ୧ ପ୍ରତିଶତ ଟିଡିଏସର ଆଧାର ହେବ ।

ଏଥିପାଇଁ ଇନକମ ଟ୍ୟାକ୍ସ ଆକ୍ଟରେ ସଂଶୋଧନ ପାଇଁ ପ୍ରସ୍ତାବିତ ହୋଇଛି । ୧ ଏପ୍ରିଲ ୨୦୨୨ ଠାରୁ ଅର୍ଥାତ୍ ଚଳିତ ବର୍ଷଠାରୁ ଲାଗୁ ହେବ । ନିୟମରେ ପରିବର୍ତ୍ତନ ପରେ ଯଦି ଟ୍ରାଞ୍ଜାକସନରେ ଷ୍ଟାମ୍ପ ଡ୍ୟୁଟି ୫୦ ଲକ୍ଷରୁ ଅଧିକ ରହିଛି ତେବେ ୧ ପ୍ରତିଶତ ଟିଡିଏସ ପେମେଣ୍ଟ କରିବାକୁ ପଡ଼ିବ ।

ବର୍ତ୍ତମାନ ୫୦ ଲକ୍ଷ ଟଙ୍କାରୁ ଅଧିକ ଭ୍ୟାଲ୍ୟୁର ଅଣ-କୃଷିଜନିତ ପ୍ରପର୍ଟି ଟ୍ରାଞ୍ଜାକ୍ସନ ଉପରେ ୧ ପ୍ରତିଶତ ଟିଡିଏସ ନିୟମ ରହିଛି ଏବଂ ଏହି ୧ ପ୍ରତିଶତ ଟିଡିଏସ ପାଇଁ ପ୍ରପର୍ଟୀର ଦାମ୍ ଆଧାରକୁ ଧରାଯାଏ । ଟିଡିଏସର ଏହି ନିୟମ କେବଳ ୫୦ ଲକ୍ଷ ଟଙ୍କାରୁ ଅଧିକ ଭ୍ୟାଲ୍ୟୁର ଟ୍ରାଞ୍ଜାକ୍ସନ ଉପରେ ଲାଗୁ ହେବ ।

ପ୍ରପର୍ଟୀ ଟ୍ରାଞ୍ଜାକ୍ସନରେ ଟ୍ୟାକ୍ସ ଚୋରି ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି । ଏବେ ପ୍ରପର୍ଟୀ କିଣୁଥିବା ବ୍ୟକ୍ତିଙ୍କୁ ବିକ୍ରେତାଙ୍କୁ ପେମେଣ୍ଟ ସମୟରେ ୧ ପ୍ରତିଶତ ଟିଡିଏସ କାଟିବାକୁ ହେବ । ବିଶେଷଞ୍ଜଙ୍କ ଅନୁଯାୟୀ ଏହି ପରିବର୍ତ୍ତନ ଟ୍ୟାକ୍ସ ଚୋରି ରୋକିବାରେ ଅନେକ ସହାୟକ ହେବ ।

Get real time updates directly on you device, subscribe now.