fbpx

ଟ୍ରକରେ ଲାଗିଗଲା ନିଆଁ, ଛାଡ଼ି ପଳାଇଲା ଡ୍ରାଇଭର, ଫିଲ୍ମ ଷ୍ଟାଇଲରେ ଯୁବକ କଲେ ଏମିତି: ଭାଇରାଲ ହେଉଛି ଭିଡିଓ…

ନୂଆଦିଲ୍ଲୀ: ପ୍ରତିଦିନ ଅନେକ ରୋମାଞ୍ଚାକର ଘଟଣା ଆମ ଚାରିପାଖରେ ଘଟୁଥାଏ । ଅନେକ ଘଟଣା କ୍ୟାମେରାରେ କଏଦ ମଧ୍ୟ ହୋଇଥାଏ । ତେବେ କେରଳ କୋଝିକୋଡେରୁ ଏଭଳି ଏକ ଦୃଶ୍ୟ ସାମ୍ନାକୁ ଆସିଛି ଯାହା ହୁଏତ କୌଣସି ଫିଲ୍ମର ଦୃଶ୍ୟଠାରୁ କମ୍ ହୋଇନପାରେ । ଯେଉଁଠାରେ ଜଣେ ବ୍ୟକ୍ତି ଏକ ଟ୍ରକରେ ନିଆଁ ଲାଗିବା ପରେ କିପରି ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ ଫଳରେ ଏକ ବଡ଼ ଦୁର୍ଘଟଣାକୂ ଏଡ଼ାଇ ଦିଆଯାଇଛି ।

ସୂଚନା ଅନୁଯାୟୀ, ୱାଏନାଡରୁ ଏକ ନଡ଼ା ବୋଝେଇ ଟ୍ରକ କୋଡାନଚେରୀ ଆଡ଼କୁ ଯାଉଥିବା ସମୟରେ ଏକ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିବା ଫଳରେ ସେଥିରେ ନିଆଁ ଲାଗିଯାଇଥିଲା । ଆଉ ଯେତେବେଳେ ଟ୍ରକ ଡ୍ରାଇଭର ଏହା ଜାଣିଥିଲେ ସେତେବେଳେ ସେ ଭୟରେ ଟ୍ରକ୍ ଛାଡ଼ି ଦୂରକୁ ପଳାଇଯାଇଥିଲେ ।

ତେବେ ଏହି ସମୟରେ ସାଜି ଭର୍ଗିଜ ନାମକ ଜଣେ ପ୍ରତ୍ୟକ୍ଷ ଦର୍ଶୀ ନିଜର ସାହସ ଦେଖାଇ ଜଳୁଥିବା ନଡ଼ା ବୋଝେଇ ଟ୍ରକକୁ ମଝି ରାସ୍ତାରୁ ଏକ ସୁରକ୍ଷିତ ସ୍ଥାନକୁ ନେଇଯାଇଥିଲେ । ଏହାପରେ ସଙ୍ଗେ ସଙ୍ଗେ ଦମକଳ ବାହିନୀ ମଧ୍ୟ ସେଠାରେ ପହଞ୍ଚିଥିଲେ ଏବଂ ନିଆଁକୁ ଆୟତ୍ତ କରିଥିଲେ ଫଳରେ ଏକ ବଡ଼ ଦୁର୍ଘଟଣା ଟଳିଯାଇଥିଲା ।

ସେପଟେ ସାଜିଙ୍କ ଏଭଳି ଦୁଃସାହାସିକ କାମକୁ ପ୍ରଶଂସା କରିଛନ୍ତି ଅନେକ । ଅନେକ ଲୋକ ତାଙ୍କୁ ରିୟଲ ହିରୋ ବୋଲି ମଧ୍ୟ କହିଛନ୍ତି ।

Get real time updates directly on you device, subscribe now.