fbpx

ଆଖିରୁ ଜାଣି ହେବ ମଣିଷର ଆୟୁଷ: ରିସର୍ଚ୍ଚରୁ ହେଲା ବଡ ଖୁଲାସା

ମଣିଷ କେତେଦିନ ବଞ୍ଚିବ ସେ ବିଷୟରେ କିଏ ବା ଜାଣିଛି? ବହୁତ ଲୋକ ଏଥିପାଇଁ ବିଶ୍ୱାସ କରୁଛନ୍ତି ଅନ୍ଧବିଶ୍ୱାସ ଉପରେ । ହାତର ରେଖା ଠାରୁ ଆରମ୍ଭ କରି ନିଜର କୁଣ୍ଡଳୀ ଦେଖାଇବା, ଭାଗ୍ୟ ରେଖା ନିଜ ରାଶି ବିଷୟରେ ଜାଣନ୍ତି ବିଭିନ୍ନ ଜ୍ୟୋତିଷ ଓ ପଣ୍ଡିତ ମାନଙ୍କ ଠାରୁ । କିନ୍ତୁ ଏବେ ବିଭିନ୍ନ ରିସର୍ଚ୍ଚ ଜରିଆରେ ମଧ୍ୟ ବିଭିନ୍ନ ବିଶିଷ୍ଟ ବୈଜ୍ଞାନିକ ମାନେ ମଣିଷ କେତେଦିନ ବଞ୍ଚିବ ତାହା ଜାଣିବାରେ ଲାଗିପଡ଼ିଛନ୍ତି । ଏହିପରି ଏକ ରିସର୍ଚ୍ଚରୁ ମଣିଷର ଆଖି ପତ୍ତା ଦେଖି ତା’ର ଆୟୁଷ କଳନା କରାଯାଇପାରୁଛି ।  ମଣିଷର ତା ଜୀବନରେ କେତେ ଦିନ ବଞ୍ଚିିବ, ଏହା ତାର ଆଖିକୁ ସ୍କାନ କରି ପତ୍ତା ଲଗାଯାଇପାରିବ। ସହଜ ଭାଷାରେ ଏହା କହିପାରିବା ଯେ ଆଖିର ଯାଞ୍ଚ କରି ମୃତ୍ୟୁର ରିସ୍କକୁ ଗଣନା କରାଯାଇହେବ। ଏହା ଅଷ୍ଟ୍ରେଲିୟା ମେଲବର୍ଣ୍ଣ ସେଣ୍ଟର ଫର ଆଇ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକମାନେ ନିକଟରେ କରିଥିବା ରିସର୍ଚ୍ଚରେ ଅଧ୍ୟୟନ କରିଛନ୍ତି।

ବୈଜ୍ଞାନିକଙ୍କ କହିବା କଥା ଯେ ଆଖିର ରେଟିନା ମଣିଷର ସ୍ୱାସ୍ଥ୍ୟର ଆଇନା ହୋଇଥାଏ। ଏଥିପାଇଁ ଆଖିକୁ ସ୍କାନ କରି ଏହା କୁହାଯାଇପାରିବ ଯେ ଆପଣଙ୍କ ପାଇର୍ ମୃତ୍ୟୁର ଭୟ କେତେ ରହିଛି। ଏହାସହିତ ମଣିଷର କେତେ ଜୀବନ ବାକି ଅଛି। ଏହି ଅଧ୍ୟୟନ ବ୍ରିଟିସ୍‌ ଜର୍ନାଲରେ ପ୍ରକାଶିତ ହୋଇଛି। ମେଲବର୍ଣ୍ଣ ସେଣ୍ଟର ଫର ଆଇ ରିସର୍ଚ୍ଚ ସେଣ୍ଟରର ପ୍ରଫେସର କହିଛନ୍ତି ଯେ ଏହି ଅଧ୍ୟୟନରୁ ଏହା ଜଣାପଡିଛି ଯେ ରେଟିନା ବଢ଼ୁଥିବା ବୟସର ଇଣ୍ଡିକେଟର। ରେଟିନା ସ୍ୱାସ୍ଥ୍ୟ ବିଷୟରେ ଅନେକ କିଛି ସୂଚନା ଦେଇଥାଏ। ଏହା ସାହାଯ୍ୟରେ ହୃଦୟ ଏବଂ ମସ୍ତିଷ୍କର ପତ୍ତା ଲଗାଯାଇପାରିବ।

ଆଖିରେ ଥିବା ରେଟିନାର ୧୯ ହଜାର ଫଟୋର ବିଶ୍ଳେଷଣ କରାଯାଇଛି। ଏଥିରୁ ଏହା ପରିଣାମ ମିଳିଲା ଯେ ୫୦ ପ୍ରତିଶତ ରୁ ଅଧିକ ଲୋକଙ୍କ ରେଟିନା ତାଙ୍କ ବାସ୍ତବ ବୟସ ଠାରୁ ତିନି ବର୍ଷ ବଡ ମଣିଷ ଭଳି ଲାଗୁଥିଲେ। ସେହିପରି ଆଉ କିଛି ଲୋକଙ୍କ ରେଟିନା ତାଙ୍କ ବୟସ ମୁକାବିଲାରେ ଏକ ଦଶକ ପର୍ଯ୍ୟନ୍ତ ବୟସରେ ବଡ ଥିଲେ।

ରେଟିନାର ଠିକ ପଛରେ ଥିବା ଲେୟାର ବହୁତ ସେନସିଟିଭ୍‌ ହୋଇଥାଏ। ଏହା ସାହାଯ୍ୟରେ ଅନେକ ରୋଗ ବିଷୟରେ ପତ୍ତା ଲଗାଯାଇପାରିବ। ରେଟିନାର ଯାଞ୍ଚ କରି ଭବିଷ୍ୟତରେ ଅନେକ ରୋଗର ଚିକିତ୍ସା କରାଯାଇପାରିବ। ଏହା ପୂର୍ବରୁ ହୋଇଥିବା ଅଧ୍ୟୟନରେ ଅଲଜାଇମର ଏବଂ ହୃଦ ରୋଗ ବିଷୟରେ ଭବିଷ୍ୟବାଣୀ କରିବାର ଦାବି କରାଯାଇଥିଲା।

Get real time updates directly on you device, subscribe now.