fbpx

(Video) ୱେଷ୍ଟଇଣ୍ଡିଜ୍ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା: ୭ ଜଣ ହେଲେ କୋଭିଡରେ ସଂକ୍ରମିତ

ନୂଆଦିଲ୍ଲୀ: ଆସନ୍ତା ୬ ତାରିଖରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଅହମ୍ମଦାବାଦରେ ପ୍ରଥମ ଦିନିକିଆ ଖେଳିବା ପୂର୍ବରୁ ଟିମ୍ ଇଣ୍ଡିଆକୁ ଲାଗିଛି ଜବରଦସ୍ତ ଝଟକା । ଦଳର ୪ ଜଣ ଖେଳାଳି କୋଭିଡରେ ଆକ୍ରାନ୍ତ ହୋଇଛନ୍ତି । ଏହି ଖେଳାଳିଙ୍କ ମଧ୍ୟରେ ଶିଖର ଧାୱନ, ଋତୁରାଜ ଗାଏକୱାଡ, ଶେୟସ ଆୟର ଓ ନବଦୀପ ସଇନୀ ରହିଛନ୍ତି । ଏଥିସହ ୩ ଜଣ ନନ-କୋଚିଂ ପ୍ରଶାସନିକ ସହଯୋଗୀ କର୍ମଚାରୀ ମଧ୍ୟ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଗତକାଲି ଶିଖର ଓ ଋତୁରାଜ କୋଭିଡରେ ସଂକ୍ରମିତ ହୋଇଥିଲେ । ଏବେ ଶ୍ରେୟସ ଓ ନବଦୀପଙ୍କ ସହ ଫିଲ୍ଡିଂ କୋଚ ଟି. ଦିଲ୍ଲୀପ, ସୁରକ୍ଷା ସମ୍ପର୍କ ଅଧିକାରୀ ବି. ଲୋକେଶ, ସ୍ପୋର୍ଟ୍ସ ମସାଜ ଥେରାପିଷ୍ଟ ରାଜବୀ କୁମାର ସଂକ୍ରମିତ ହୋଇଛନ୍ତି । ତେବେ ୭ ଜଣ କୋଭିଡ୍ ସଂକ୍ରମିତଙ୍କୁ ଆଇସୋଲେସନରେ ରଖାଯାଇଛି । ଏଭଳି ସ୍ଥିତିରେ ମୟଙ୍କ ଅଗ୍ରୱାଲଙ୍କୁ ଦିନିକିଆ ଟିମରେ ସାମିଲ କରାଯାଇଛି । ଅହମ୍ମଦାବାଦ ଗ୍ରସ୍ତ ପୂର୍ବରୁ ପ୍ରତ୍ୟେକ ସଂକ୍ରମିତଙ୍କୁ ଆରଟି-ପିସିଆର ପରୀକ୍ଷା କରିବାକୁ କୁହାଯାଇଛି ।

Get real time updates directly on you device, subscribe now.