fbpx

ପୁଷ୍ପା ଷ୍ଟାଇଲରେ ଚୋରି: କିନ୍ତୁ ବନି ପାରିଲାନି ଅଲ୍ଲୁ ଅର୍ଜୁନ, ଏବେ ପୁଷ୍ପା ଝୁକ ଗୟା

ବାଙ୍ଗାଲୋର: ଏବେ ମାର୍କେଟରେ ଖୁବ ଚର୍ଚ୍ଚାରେ ରହିଛି ନୂଆ ମୁଭି ‘ପୁଷ୍ପା’ । ଏହି ମୁଭିର ଡାଏଲଗ ହେଉ କି ଗୀତ, ସବୁକିଛିକୁ ମନେ ମନେ ଗୁଣି ହେଉଛନ୍ତି ଚଳଚ୍ଚିତ୍ର ପ୍ରେମୀ । ପୁଷ୍ପାର ଡାଏଲଗ ଏବେ ଟ୍ରେଣ୍ଡିଂରେ ରହିଥିବା ବେଳେ ଏହି ଚଳଚ୍ଚିତ୍ରର ଗୀତ ଅଧିକାଂଶ ଲୋକଙ୍କ ରିଙ୍ଗଟୋନରେ ସ୍ଥାନ ପାଇଛି । ଆଉ ଏବେ ସାମନାକୁ ଆସିଛି ପୁଷ୍ପାର ଷ୍ଟାଇଲ ।
ଫିଲ୍ମ ଷ୍ଟାଇଲରେ ଚୋରି କରୁଥିଲେ ଜଣେ ଯୁବକ । କିନ୍ତୁ ଏ ପୁଷ୍ପା ସେ ପୁଷ୍ପା ନୁହେଁ । ସେ ପୁଷ୍ପା ସିନା ଝୁକେଗା ନେହିଁ । କିନ୍ତୁ ଏ ପୁଷ୍ପା ଝୁକଗେୟା । ପୋଲିସ ହାତରେ ଧରା ପଡିଛି ରିଅଲ ପୁଷ୍ପା । ଲାଲ ଚନ୍ଦନ କାଠ ଚୋରି କରିବା ଅଭିଯୋଗରେ ଜଣଙ୍କୁ ଗିରଫ କରିଛି ପୋଲିସ । ଆସନ୍ତୁ ଜାଣିବା ଏ ପୁଷ୍ପାଙ୍କ ସମ୍ପୂର୍ଣ୍ଣ ଘଟଣା ।
ଲାଲ ଚନ୍ଦନ କାଠ ଚୋରି ଉପରେ ଆଧାରିତ ହୋଇଥିଲା ଅଲ୍ଲୁ ଅର୍ଜୁନଙ୍କ ପୁଷ୍ପା ମୁଭି । ତେବେ ଏହି ଷ୍ଟାଇଲରେ ଜଣେ ବ୍ୟକ୍ତି ଚନ୍ଦନ କାଠ ଚୋରା ଚାଲାଣ କରୁଥିବା ବେଳେ ଧରା ପଡିଛି । କର୍ଣ୍ଣାଟକର ରାଜଧାନୀ ବାଙ୍ଗାଲୋରରେ ଚନ୍ଦନ କାଠକୁ ନେଇ କାରବାର କରୁଥିବା ବେଳେ ଫେଲ ମାରିଛି ନକଲି ପୁଷ୍ପା ୟସିନ ଇନାୟଥୁଲ୍ଲା । କର୍ଣ୍ଣାଟକ-ଆନ୍ଧ୍ର ସୀମାରୁ ମହାରାଷ୍ଟ୍ର ଯିବା ବାଟରେ ଚନ୍ଦନ କାଠ ଭର୍ତ୍ତି ଟ୍ରକ ସହ ୟସିନକୁ ଗିରଫ କରିଛି ପୋଲିସ । ଏହାପରେ ୟସିନ ପାଇଁ ବଦଳି ଯାଇଛି ପୁଷ୍ପାର ଫେମସ ଡାଏଲଗ । ପୁଷ୍ପା-ଝୁକେଗା ନେହିଁ ଶାଲା ବଦଳରେ ହୋଇଯାଇଛି ପୁଷ୍ପା ପକଡା ଗେୟା ଶାଲା ।

Get real time updates directly on you device, subscribe now.