fbpx

ଜ୍ୟାକଲିନଙ୍କ ସହ ପ୍ରେମ ସମ୍ପର୍କକୁ ନେଇ ମୁହଁ ଖୋଲିଲେ କନମ୍ୟାନ ସୁକେଶ: ସବୁ କିଛି ମିଛ

ମୁମ୍ବାଇ: ୨୦୦ କୋଟିର ଠକେଇ ପାଇଁ ଜେଲରେ ରହିଥିବା କନମ୍ୟାନ ସୁକେଶ ଚନ୍ଦ୍ରଶେଖର ଜ୍ୟାକଲିନ ଫର୍ଣ୍ଣାଡେଜଙ୍କ ପାଇଁ ଚିଠି ଲେଖିଛି । ଜ୍ୟାକଲିନଙ୍କୁ ଦେଇଥିବା ଉପହାର ଏବଂ ଟଙ୍କା ପ୍ରେମ ପାଇଁ ହିଁ ଥିଲା । ତେବେ ଏହି ସବୁ କାରଣକୁ ନେଇ ଜ୍ୟାକଲିନଙ୍କୁ ସମାଲୋଚନା କରିବା ଆଶ୍ଚର୍ଯ୍ୟଜନକ ବୋଲି ଚିଠିରେ ଲେଖିଛି ସୁକେଶ । ବଲିଉଡ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଡେଜ ଏବଂ ସୁକେଶ ଚନ୍ଦ୍ରଶେଖରଙ୍କ ଏକ ଅନ୍ତରଙ୍ଗ ଫଟୋ ସୋଶିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଏହାକୁ ନେଇ ଅନେକ ଟ୍ରୋଲ୍ର ମଧ୍ୟ ଶିକାର ହୋଇଛନ୍ତି ଉଭୟ । ତେବେ ଏ ଘଟଣା ସମ୍ପର୍କରେ ଏବେ ମୁହଁ ଖୋଲିଛନ୍ତି ସୁକେଶ । ଏବଂ ଏକ ଚିଠି ମାଧ୍ୟମରେ ସେ ନିଜ ମନର କଥା ପ୍ରକାଶ କରିଛନ୍ତି । ଜ୍ୟାକଲିନଙ୍କ ସହ ସେ ସମ୍ପର୍କରେ ଥିବା ଏହି ଚିଠିରେ ଲେଖାଯାଇଛି ।

India Tv - Sukesh Chandrasekhar, Jacqueline Fernandez
ଜ୍ୟାକଲିନ ମନି ଲଣ୍ଡରିଂ ଭଳି କୌଣସି ଘଟଣାରେ ସମ୍ପୃକ୍ତ ନଥିବା କହିଛନ୍ତି ସୁକେଶ । ଜ୍ୟାକଲିନଙ୍କୁ ମିଳିଥିବା ସମସ୍ତ ଉପହାର ଆଇନଗତ ରୋଜଗାରରୁ ଆସିଛି ବୋଲି ସୁକେଶ ଲେଖିଛନ୍ତି । ତେବେ ଏସବୁ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ଯାହାକୁ ବଡ କରାଯାଉଛି । ମନି ଲଣ୍ଡରିଂ ଏବଂ ଜ୍ୟାକଲିନକୁ ନେଇ ଥିବା ସମସ୍ତ ଆଶଙ୍କା ଭୂଲ ବୋଲି ଖୁବ ଶୀଘ୍ର କୋର୍ଟରେ ପ୍ରମାଣିତ ହୋଇଯିବ ବୋଲି ଆଶା ରଖିଛନ୍ତି ସୁକେଶ । ୨୦୦ କୋଟି ଟଙ୍କା ଚୋରି ମାମଲାରେ ସୁକେଶ ମୁଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ଇଡି ଜ୍ୟାକଲିନଙ୍କୁ ଅନେକ ଥର ପଚରାଉଚରା ମଧ୍ୟ କରିଛି ।

Jacqueline Fernandez Stopped at Mumbai Airport, ED to Question Her in  Sukesh Chandrashekhar Case
ତେବେ ଏସବୁକୁ ଭୂଲ ବୋଲି ଦାବି କରିଛନ୍ତି ସୁକେଶ । ଜ୍ୟାକଲିନ ତାଙ୍କୁ ଖୁବ ଭଲ ପାଆନ୍ତି ବୋଲି ସୁକେଶ ଚିଠିରେ ଲେକିଛନ୍ତି । କିନ୍ତୁ ଜ୍ୟାକଲିନ ସୁକେଶଙ୍କ ସହ ଡେଟ କରୁଥିବା କଥାକୁ ଗୁଜବ କହି ଅସ୍ୱୀକାର କରିଛନ୍ତି । ଉଭୟଙ୍କ କଥାରେ କିଛି ତାଳମେଳ ରହୁ ନଥିବା ବେଳେ ପ୍ରକୃତ କଥା କଣ ତାହା ରହସ୍ୟ ହୋଇ ରହିଛି ।

Get real time updates directly on you device, subscribe now.