fbpx

ସମୁଦ୍ର ଗର୍ଭରେ ଲୀନ ହେଲା ବିଶାଳକାୟ ଜାହାଜ: ହିରୋସିମା ଭଳି ଥିଲା ବିସ୍ଫୋରଣ

ନୂଆଦିଲ୍ଲୀ: ସମୁଦ୍ରର ଅଥଳ ପାଣି ଭିତରେ ହଠାତ ହେଲା ବିସ୍ଫୋରଣ । ସବୁଆଡେ ଭରିଗଲା ଖାଲି ଧୂଆଁ । ଚାହୁଁ ଚାହୁଁ ଚାରି ଦିଗରେ ନିଆଁର ଧାସ ଖେଳିଗଲା । କିନ୍ତୁ ୟାରି ଭିତରେ ଜଳିଯାଇଥିଲା ତୈଳ ବିଶୋଧନକାରୀର ଏକ ବିଶାଳ ଜାହାଜ । ପାଣି ଭିତରେ ଜାହାଜର ବିସ୍ଫୋରଣକୁ ହିରୋସିମା ବିସ୍ପୋରଣ ସହିତ ତୁଳନା କରିଛନ୍ତି ନାଇଜେରିଆ ସରକାର ।
ବିସ୍ଫୋରଣ ହୋଇଥିବା ଜାହାଜର ନାଁ ଟ୍ରିନିଟି ସ୍ପିରିଟ । ଦିନକୁ ୨୨ ହଜାର ବ୍ୟାରେଲ ତୈଳ ବିଶୋଧନ କରିବାର କ୍ଷମତା ରଖୁଥିବା ଏହି ଜାହାଜ ମଝି ସମୁଦ୍ରରେ ହିଁ ଜଳି ପୋଡି ଧ୍ୱସ୍ତ ବିଧ୍ୱସ୍ତ ହୋଇଯାଇଛି । ହଠାତ ନାଇଜେରିଆର ତଟବର୍ତ୍ତୀ ଅଞ୍ଚଳରେ ହେଲା ବିସ୍ଫୋରଣ, ଆଉ ଆକି ପିଛୁଳାକେ ଜଳିଗଲା ଏହି ଜାହାଜ । ତେବେ ଜାହାଜରେ ଥିବା ୧୦ ଜଣ କର୍ମଚାରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ବିସ୍ଫୋରଣରେ ହୋଇଥିବା ମୃତ୍ୟୁ ସଂଖ୍ୟା ଏବେ ବି ଅସ୍ପଷ୍ଟ ରହିଛି । କିନ୍ତୁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି ।

ଏହି ବିସ୍ଫୋରଣ ଖୁବ ଭୟଙ୍କର ହୋଇପାରେ ବୋଲି କୁହାଯାଉଥିବା ବେଳେ ଏହାକୁ ହିରୋସିମା ବିସ୍ଫୋରଣ ସହ ତୁଳନା କରିଛନ୍ତି ନାଇଜେରିଆ ସରକାର । ଅନ୍ୟ ପକ୍ଷରେ ବିସ୍ଫୋରଣ ପରେ ଜାହାଜରେ ଥିବା ତେଲ ପାଣିରେ ମିଶି ସାମୁଦ୍ରିକ ଜୀବଙ୍କର କ୍ଷତି ଘଟାଇବା ନେଇ ଚିନ୍ତାରେ ପଡିଲେଣି ପରିବେଶବିତ ।

Get real time updates directly on you device, subscribe now.