fbpx

ଆଜି ବି ଦୈନିକ ମୃତ୍ୟୁ ସଂଖ୍ୟା ହଜାରେ ପାର୍, ୧.୨୭ ଲକ୍ଷ ଆକ୍ରାନ୍ତ ଚିହ୍ନଟ; ସଂକ୍ରମିତଙ୍କ ତୁଳନାରେ ବଢ଼ୁଛି ମୃତକଙ୍କ ସଂଖ୍ୟା

ନୂଆଦିଲ୍ଲୀ: ଦେଶରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା କମୁଥିବାବେଳେ ମୃତ୍ୟୁସଂଖ୍ୟା ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଦେଶରେ ୧ ଲକ୍ଷ ୨୭ ହଜାର ୯୫୨ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦୈନିକ ପଜିଟିଭିଟି ହାର ୭.୯୮ ପ୍ରତିଶତ ରହିଛି । ଏହାକୁ ମିଶାଇ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୩,୩୧,୬୪୮ ହୋଇଯାଇଛି । ସେହିପରି ଦିନକରେ ୧୦୫୯ ଜଣ ଆକ୍ରାନ୍ତ ମୃତ୍ୟୁବରଣ କରିଛନ୍ତି । ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୧ ହଜାର ୧୧୪କୁ ବୃଦ୍ଧି ପାଇଛି । ଏଥିସହିତ ଦେଶରେ ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୨,୩୦,୮୧୪ ଜଣ ଆକ୍ରାନ୍ତ । ଏହାକୁ ମୋଟ ସୁସ୍ଥ ହୋଇଛନ୍ତି ୪,୦୨,୪୭,୯୦୨ ଜଣ ସଂକ୍ରମିତ । ଅନ୍ୟପଟେ ସଂକ୍ରମଣ ବଢ଼ୁଥିବାରୁ ଟିକାକରଣ ଜୋରଦାର୍ ହେଉଛି । ମୋଟ ଟିକାକରଣ ସଂଖ୍ୟା ୧,୬୮,୯୮,୧୭,୧୯୯ କୋଟିକୁ ବୃଦ୍ଧି ପାଇଛି ।

Get real time updates directly on you device, subscribe now.